LIFESTYLE

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

ଅଧିକାଂଶ ଲୋକଙ୍କୁ ପିଜୁଳି ଖାଇବାକୁ ଭଲଲାଗିଥାଏ। ଏଥିରେ ବହୁତ ଭିଟାମିନ ଏବଂ ପୋଷାକତତ୍ଵ ଭରପୁର ଥାଏ। ଆପଣ ଜାଣିନଥିବେ ପିଜୁଳି ପତ୍ରରେ ବହୁତ ଉପକାରିତା ରହିଛି। ଏକ ପରୀକ୍ଷଣରୁ ଜଣାପଡିଛି ଯେ, ଏହା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେଶ ଲାଭଦାୟକ।କେଶ ବୃଦ୍ଧିରେ ସାହାଯ୍ୟ କରୁଥିବା ଦୁଇଟି ମୁଖ୍ୟ ଭିଟାମିନ୍‌ ‘ବି’ ଏବଂ ‘ସି’ ଏଥିରେ ରହିଛି। ଏହାଛଡ଼ା ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆସନ୍ତୁ ଜାଣିବା ଏହି ପତ୍ରକୁ କିପରି ବ୍ୟବହାର କରିବା-

  • କେଶ ନ ଝଡ଼ିବା ପାଇଁ ଦୁଇ ଟେବୁଲ ଚାମଚ ଅଁଳା ତେଲରେ ଏକ ଟେବୁଲ ଚାମଚ ପିଜୁଳି ପତ୍ର ଗୁଣ୍ଡ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଧୀରେ ଧୀରେ ମୁଣ୍ଡରେ ମାଲିସ୍‌ କରନ୍ତୁ। ଅଧଘଣ୍ଟା ପରେ ସାମ୍ପୁ କରି କଣ୍ଡିସନର ଲଗାନ୍ତୁ। ଏହା କେଶ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।
  • ଶୁଷ୍କ କେଶ ପାଇଁ ୫-୬ଟି ପିଜୁଳି ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ୧୦ ମିନିଟ୍‌ ଫୁଟିଲା ପରେ ଏହାକୁ ଥଣ୍ଡା କରିଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ ୨ ଟେବୁଲ ଚାମଚ ଅଲିଭ୍‌ ତେଲ ମିଶାଇ କେଶକୁ ଧୁଅନ୍ତୁୁ। ପୁଣି ୩୦ ମିନିଟ୍‌ ପରେ ସାମ୍ପୁରେ ଧୋଇ ଦିଅନ୍ତୁ। କେଶର ଶୁଷ୍କତା କମ୍‌ କରିବା ପାଇଁ ପ୍ରତି ସପ୍ତାହରେ ଆପଣ ଏହାକୁ ବ୍ୟବହାର କରିପାରିବେ। ଦେଖିବେ ଏହା କେଶ ପାଇଁ ବେଶ ଫଳପ୍ରଦ ହେବ।
  • ରୁପି ଦୂର ପାଇଁ ମୁଠାଏ ପିଜୁଳି ପତ୍ରକୁ ଗୁଣ୍ଡ କରନ୍ତୁ। ସେହି ଗୁଣ୍ଡରେ ୨-୩ ଚାମଚ ଲେମ୍ବୁରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରିବା ଦ୍ୱାରା ରୁପିକୁ ଦୂର କରାଯାଇପାରିବ।
  • କେଶ କୁଞ୍ଚନରୁ ରକ୍ଷା ପାଇଁ ଦୁଇ ଟେବୁଲ ଚାମଚ ପିଜୁଳି ପତ୍ର ଗୁଣ୍ଡରେ ତିନି ଟେବୁଲ ଚାମଚ ନଡ଼ିଆ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ମିଶ୍ରଣକୁ କେଶରେ ଲଗାଇ ରଖନ୍ତୁ। ଅଧଘଣ୍ଟା ପରେ ସାବୁନବିହୀନ ସାମ୍ପୁରେ ଧୋଇ ଦିଅନ୍ତୁ। ଏହି ପଦ୍ଧତିରେ ସପ୍ତାହକୁ ଥରେ ନିଶ୍ଚୟ ସଫା କରନ୍ତୁ। ଫଳାଫଳ ଜାଣିପାରିବେ।

ପଢନ୍ତୁ;

ଦେଶି ଘିଅ ଖାଇବା ଦ୍ଵାରା ଦୂରହୋଇଥାଏ ଶରୀରର ଅନେକ ସମସ୍ୟା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆପଣ ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

ENO Beuro

2 comments

Leave a Comment