LIFESTYLE

କେଶ ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ପିଜୁଳି ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ପେଟ ସମ୍ବନ୍ଧୀୟ ଅନେକ ରୋଗ ପିଜୁଳି ଖାଇଲେ ଭଲ ହୋଇଥାଏ। କେବଳ ପିଜୁଳି ନୁହେଁ ଏହାର ପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ। ଏହା ମୁହଁରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ରାମ ବାଣ ପରି କାମ କରିଥାଏ।

ଜାଣନ୍ତୁ ଏହାର ଉପକାରିତା-

  • କେଶ ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର। ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ।
  • ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ।
  • ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ। ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ।
  • ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ। ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।
  • ଡାଇରିଆ ହୋଇଥିଲେ କଅଁଳିଆ ପିଜୁଳି ପତ୍ରକୁ ବାଟି ଦିନକୁ ତିନି ଚାର ଥର ଖାଇଲେ ଉପଶମ ମିଳିଥାଏ। ପିଜୁଳି ପତ୍ର ଶୁଖାଇ ଗୁଣ୍ଡ କରି ଏହାର ଟାଇଟ୍ ଡବାରେ ରଖନ୍ତୁ। ଏହି ଗୁଣ୍ଡରୁ ୧ ଚାମଚ ନେଇ କପେ ଗରମ ପାଣିରେ ପକାଇ ପାଞ୍ଚ ମିନିଟ ଫୁଟାନ୍ତୁ। ଏହି ପାଣିକୁ ଛାଣି ପିଇବା ଦ୍ଵାରା ରକ୍ତରେ ଶର୍କରାର ମାତ୍ର ନିୟନ୍ତ୍ରଣରେ ରହେ।

ପଢନ୍ତୁ; କର୍କଟ ରୋଗରୁ ରକ୍ଷା ଦେଇଥାଏ ପିଆଜ! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

 

Related posts

କେବଳ ଜୁସ କି ସାଲାଡ ନୁହେଁ , ଅନେକ ରୋଗର ଔଷଧ ପାଇଁ ମଧ୍ୟ ଖୁବ ଦରକାରୀ ଏ ଫଳ

ENO Beuro

ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ?

ENO Beuro

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More