LIFESTYLE

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

ହେଙ୍ଗୁକୁ ମସଲାଭାବେ ବ୍ୟବହାର କରାଯାଉଥାଏ । ସାଧରଣତଃ ଭାରତୀୟ ଗୃହିଣୀମାନେ ରୋଷେଇ ଘରେ ଅଧିକାଂଶ ସମୟରେ ହେଙ୍ଗୁ ବ୍ୟବହାର କରିଥାନ୍ତି । ମାତ୍ର  ଏହି ହେଙ୍ଗୁରେ ନାନା ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହାକୁ ବିଭିନ୍ନ ରୋଗରୁ ଉପଶମ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-

  1. ହେଙ୍ଗୁକୁ ଆପଣ ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହାକୁ ଗ୍ରହଣ କରିପାରିବେ।
  2. ହେଙ୍ଗୁ ବିଶେଷ କରି ମହିଳାଙ୍କ ପାଇଁ ଅଧିକ ଉପକାରୀ ହୋଇଥାଏ । ତେବେ ଏହାକୁ ଋତୁସ୍ରାବ ସମୟରେ ହେଉଥିବା ପେଟ ଯନ୍ତ୍ରଣାବେଳେ ବ୍ୟବହାର କରିପାରିବେ । ଏଥିପାଇଁ ପାଣି ସହ ଟିକେ ହେଙ୍ଗୁ ମିଶାଇ ପିଇବାଦ୍ୱାରା ଏହା ସଙ୍ଗେ ସଙ୍ଗେ କାମ କରିଥାଏ।
  3. ଯଦି ଆପଣ ବ୍ଲଡରେ ସୁଗାର ଲେବୁଲ ବା ରକ୍ତଚାପ ସନ୍ତୁଳନ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ନିଶ୍ଟୟ ରୂପେ ଗ୍ରହଣ କରନ୍ତୁ। କାରଣ ଏହା ଶରୀରରେ ଇଂସୁଲିନ ଭଳି କାର୍ଯ୍ୟ କରିଥାଏ । ତେବେ ଖାଦ୍ୟ ତିଆରି କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁ । କିଛି ଦିନ ଲଗାତର ଭାବେ ଏଭଳି କଲେ ଏହା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
  4. ଦାନ୍ତ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାପାଇଁ ମଧ୍ୟ ହେଙ୍ଗୁର ବ୍ୟବହାର କରିପାରିବେ । ଆପଣ ଏହାକୁ ଲେମ୍ବୁ ରସ ସହ କିଛି ମାତ୍ରାରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାଇବାଦ୍ୱାରା ଏଥିରୁ ଆରାମ  ମିଳିଥାଏ।
  5. ହେଙ୍ଗୁକୁ ନିୟମିତ ଭାବେ ଗ୍ରହଣ କରିବାଦ୍ୱାରା ପୁରୁଷଙ୍କଠାରେ ଦେଖାଦେଉଥିବା ନପୁଂସକତାକୁ ଦୂର କରିବା ସହ ସେକ୍ସ ପାୱାର ମଧ୍ୟ ବଢାଇଥାଏ।
  6. ଅରୁଚି ତଥା ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଆପଣ ହେଙ୍ଗୁର ବ୍ୟବହାର କରିପାରିବେ । ତେବେ ଗୋଟେ ଗ୍ଲାସ୍ ପାଣିରେ କିଛି ମାତ୍ରାରେ ହେଙ୍ଗୁ ମିଶାଇ ପିଇବାଦ୍ୱାରା ଏଥିରୁ ଉପଶମ ମିଳିଥାଏ।

ପଢନ୍ତୁ ;

ଆପଣ ଜାଣିଛନ୍ତି କି ? ଗର୍ଭବତୀ ମହିଳାଙ୍କ ପାଇଁ ମାଠିଆ ପାଣି ଅତ୍ୟନ୍ତ ଉପାଦେୟ ! ଜାଣନ୍ତୁ ଏହାର କିଛି ଉପକାରିତା ବିଷୟରେ

Related posts

ଜିରା ଓ ଗୁଡ଼ ମିଶ୍ରିତ ପାଣି ପିଇବା ଦ୍ଵାରା ଦୂର ହୋଇଥାଏ ଅନେକ ରୋଗ! ଜାଣିରଖନ୍ତୁ ଏହି ପାନୀୟ ପିଇବା ଦ୍ଵାରା ଶରୀରରୁ କେଉଁ ସମସ୍ୟା ଦୂରହୋଇଥାଏ?

ENO Beuro

ନିଜ ମନରୁ ମନ୍ଦ ଚିନ୍ତାଧାରାକୁ ଦୂରେଇବେ କିପରି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More