LIFESTYLE

ପ୍ରତିଦିନ ଭୋଜନ ପରେ ଖାଇଲେ “ଗୁଡ” ମିଳିବ ଏହି ଲାଭ ! ଜାଣନ୍ତୁ ?

ଆପଣଙ୍କୁ ଯଦି ସୁସ୍ଥ ଶରୀର ଚାହୁଁଛନ୍ତି ଏବଂ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଆପଣ ଗୁଡ ଖାଇପାରିବେ। ଏହା ଶରୀର ପାଇଁ ବେଶଲାଭଦାୟକ ଅଟେ। ଭାରତର ବିଭିନ୍ନ ପ୍ରାନ୍ତରେ ଶୀତଦିନେ ଲୋକେ ଗୁଡ଼ର ଉପଯୋଗ ଅଧିକ କରୁଥିବାର ଦେଖାଯାଏ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ଶରୀର ପାଇଁ ଖୁବ୍ ଉପକାରୀ।

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ ଶରୀରରେ ଆରମ୍ଭ ହୋଇଥାଏ।

ଆପଣଙ୍କୁ ଜଣେଇ ରଖୁଚୁ ଯେ ଚିନି ଖାଇଲେ ଶରୀରରେ ଅମ୍ଳ ବୃଦ୍ଧି ହେବା ସହ ଏସିଡିଟି ରୋଗ ବଢ଼େ। ହେଲେ ଗୁଡ଼ ଖାଇବା ଦ୍ଵାରା ଶରୀରରୁ ଅମ୍ଳ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥାଏ।

ଜାଣିରଖନ୍ତୁ ଗୁଡ ଖାଇବା ଦ୍ଵାରା କଣ ଲାଭ ମିଳିଥାଏ-

  • ୭ଦିନ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
  • ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
  • ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ।୨-୩ ଦିନ ମଧ୍ୟରେ ଏହାର ପ୍ରଭାବ ଜାଣିପାରିବେ। ଗୁଡ଼ ଏକ ଶକ୍ତିବର୍ଦ୍ଧକ ଖାଦ୍ୟ।
  • ମାଇଗ୍ରେନ୍ ରୋଗୀ କିମ୍ବା ମୁଣ୍ଡ ନିୟମିତ ଭାବେ ବିନ୍ଧୁଥିଲେ, ଗୁଡ଼ ଖାଇଲେ ଏହାର ଭଲ ପ୍ରଭାବ ପଡ଼ିଥାଏ।

ପଢନ୍ତୁ;

ଆମୋନିଆରୁ ମୁକ୍ତି ଦେଇଥାଏ ଜଲଜିରା ପାଣି ! ଆସନ୍ତୁ ଜାଣିବା ଏହା ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ?

Related posts

ଖାଦ୍ୟରେ ସାମିଲ କରନ୍ତୁ “ବ୍ରୋକଲି” ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ !

ENO Beuro

ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ୍ ହୋଇପାରେ ଅନେକ ସମସ୍ୟା

ENO Beuro

ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More