LIFESTYLE

ବରକୋଳି ଖାଇବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ ସେ ସମ୍ପର୍କରେ

berry

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ଏହା ଔଷଧୀୟ ଗୁଣରେ ଭରପୂର । ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ । ଶରୀରରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ । ବରକୋଳିରେ ଆଂଟି ଅକ୍ସଡେଂଟ ଗୁଣ ଥିବାରୁ ତ୍ୱଚା ଓ ଶୁଦ୍ଧ ରକ୍ତ ପାଇଁ ଉପଯୋଗୀ ।

ତେବେ ଆସନ୍ତୁ ଜାଣିବା ବରକୋଳିର କେତେକ ଉପକାରୀତା ସମ୍ବନ୍ଧରେ-

  • ବରକୋଳିରେ ପ୍ରଚୁର ମାତ୍ରାରେ ଫସଫରସ, କ୍ୟାଲସିୟମ ଏବଂ ଆଇରନ ରହିଛି । ଏହା ହାଡ ସହିତ ଦାନ୍ତକୁ ବି ମଜଭୁତ କରିଥାଏ । ମାଂସପେଶୀକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସହାୟତା ହୋଇଥାଏ ।
  • ହଜମ ଶକ୍ତି ବଢାଇବାରେ ଏହା ସାହାଯ୍ୟ କରିଥାଏ। ନିୟମିତ ସକାଳୁ ୨-୪ଟି ବରକୋଳି ଖାଇଲେ ହଜମ ଶକ୍ତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ।
  • ବରକୋଳିର ଆଚାର ମଧ୍ୟ ପ୍ରସ୍ତୁତ କରି ଖିଆଯାଏ। ଯାହା ବେଶ୍‌ ସ୍ବାଦିଷ୍ଟ।

berry

  • ଓଜନ କମ କରିବାକୁ ବରକୋଳି ଏକ ଉତ୍ତମ ଫଳ । ଏଥିରେ କ୍ୟାଲୋରୀର ମାତ୍ରା ବହୁ କମ ପରିମାଣରେ ଥିବା ବେଳେ ଫ୍ୟାଟର ମାତ୍ରା ମଧ୍ୟ କମ ରହୁଛି । ପ୍ରତି ୪ଟି ବରକୋଳିରେ ୧/୨ ଗ୍ରମାର ପ୍ରୋଟିନ ଶରୀରକୁ ମିଳିଥାଏ । ସେଓ ଭଳି ଏହାକୁ ପ୍ରତିଦିନ ଗୋଟାଏ ଲେଖାଏଁ ଖାଇବା ଦ୍ୱାରା ଏହା ଡାଏଟ କଣ୍ଟ୍ରୋଲ କରିବା ସହ ଅଂଟାରୁ ଚର୍ବି କମ କରିଥାଏ ।
  • ଥଣ୍ଡା ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଅନୁଚିତ୍‌। ଏହାଦ୍ୱାରା କାଶ ଓ କଫ ହେବାର ଆଶଙ୍କା ଥାଏ।

ପଢନ୍ତୁ; ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

Related posts

ଗୃହପାଳିତ ପଶୁଙ୍କୁ ଘରେ ରଖିଲେ କଣ ହୁଏ ନଜର ପକାନ୍ତୁ

ENO Beuro

ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment