ଜ୍ୟୋତିଷଶାସ୍ତ୍ର ଅନୁସାରେ ମୟୂର ପଙ୍ଖ ରଖିବା ଦ୍ଵାରା ଅନେକ ଶୁଭଫଳ ମିଳିଥାଏ। ଏହାକୁ ପାଖରେ ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ପ୍ରଭାବକୁ ଦୂରେଇ ରଖିଥାଏ।
ତେବେ ଜାଣିରଖନ୍ତୁ ମୟୂର ପଙ୍ଖ କିପରି ଭାବେ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ
ବାସ୍ତୁଶାସ୍ତ୍ର ଅନୁସାରେ ମୟୂର ପଙ୍ଖରେ ଶତ୍ରୁକୁ ମିତ୍ର କରିବାର ଶକ୍ତି ରହିଛି। ହନୁମାନଙ୍କ ମଥାରୁ ସିନ୍ଦୁର ଆଣି, ଯେଉଁ ବ୍ୟକ୍ତିଙ୍କ ସହ ଶତ୍ରୁତା ରହିଛି ତାଙ୍କ ନାମକୁ ପଙ୍ଖ ଉପରେ ଲେଖନ୍ତୁ। ଏହାକୁ ରାତିସାରା ମନ୍ଦିରରେ ରଖିବା ପରେ ସକାଳୁ ନେଇକି ଜଳରେ ପ୍ରବାହିତ କରିଦିଅନ୍ତୁ।
ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ଦ୍ଵାରକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏଥିପାଇଁ ଘରର ମୁଖ୍ୟଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ ଓ ମୁଖ୍ୟଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପଙ୍ଖ ରଖନ୍ତୁ, ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଘରର ଏପରି ସ୍ଥାନରେ ମୟୂର ପଙ୍ଖକୁ ରଖନ୍ତୁ ଯେପରି ଘରକୁ ପ୍ରବେଶ କରିବା ଓ ବାହାରିବା ସମୟରେ ନଜର ପଡିବ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଓ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
ଛାତ୍ରଛାତ୍ରୀଙ୍କ ରୁମରେ କିମ୍ବା ବହିରେ ମୟୂର ପଙ୍ଖ ରଖିବା ଦ୍ଵାରା ସ୍ମରଣଶକ୍ତି ବଢିବା ସହିତ ଏକାଗ୍ରତା ମଧ୍ୟ ବଢିଥାଏ।
ଭଗବାନ କୃଷ୍ଣଙ୍କ ମସ୍ତକରେ ଶୋଭା ପାଉଥିବା ଏହି ମୟୂର ପଙ୍ଖକୁ ସୌଭାଗ୍ୟର ପ୍ରତୀକ କୁହାଯାଇଥାଏ। ଏଥିପାଇଁ ଏହାକୁ ଘରେ ସଠିକ ଜାଗାରେ ରଖିବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ। ଯଦି ଅନେକ ସମୟ ଧରି ଆପଣଙ୍କର କୌଣସି କାର୍ଯ୍ୟ ପୂରଣ ହେବା ପାଇଁ ବାଧା ସୃଷ୍ଟି ହେଉଥାଏ ତେବେ ନିଜ ଶୟନ କକ୍ଷର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ମୟୂର ପଙ୍ଖ ଲଗାନ୍ତୁ।
ପଢନ୍ତୁ; ନିଆଳିରେ ଦାମଙ୍କ ମଞ୍ଚକୁ ଅଣ୍ଡାମାଡ