LIFESTYLE

ରୁପି ଜନିତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ବ୍ୟବହାର କରନ୍ତୁ “ଲେମନ-କୋକୋନଟ ଅଏଲ”

ଆଜିକାଲି କେଶ ଝଡିବା ଏବଂ ରୁପି ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏଥିପାଇଁ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇଯାଇଥାନ୍ତି। କେଶ ଝଡିବା ଏବଂ ରୁପି ସମସ୍ୟା ପାଇଁ ବଜାରରେ ମିଳୁଥିବା ବିଭିନ୍ୟ କିସମର ତେଲ ବ୍ୟବହାର କରିଥାନ୍ତି। ବଜାରରେ ମିଳୁଥିବା କେମିକାଲ ଓ କମ୍ବିନେସନର ତେଲ ବ୍ୟବହାର କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ଏଥିପାଇଁ ଆମେ ଆପଣଙ୍କୁ ଏଭଳି କିଛି ହେୟାର ଅଏଲ ସଂପର୍କରେ ଜଣାଇବୁ ଯାହାକୁ ଆପଣ ନିଜେ ଘରେ ପ୍ରସ୍ତୁତ କରିବା ସହ ବ୍ୟବହାର ମଧ୍ୟ କରିପାରିବେ।

ଆସନ୍ତୁ ଜାଣିବା ଏହି ହେୟାର ଅଏଲ ସମ୍ପର୍କରେ-

  1. ଲେମନ-କୋକୋନଟ ଅଏଲ: ରୁପି ଜନିତ ସମସ୍ୟାରେ ଚିନ୍ତିତ ଥିଲେ ଲେମନ-କୋକୋନଟ ଅଏଲକୁ ଆପଣ ବ୍ୟବହାର କରିପାରିବେ । ଲେମ୍ବୁ ରୁପିକୁ ଦୂର କରିଥାଏ । ଆଉ ନଡିଆ ତେଲ କେଶକୁ ପୋଷଣ ଦେଇଥାଏ । ତେବେ ନଡିଆ ତେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶ୍ରଣ କରି ଟିକେ ଗରମ କରନ୍ତୁ।ଏଭଳି ଭାବରେ କରି ସପ୍ତାହରେ ୪-୫ ଥର କେଶ ଓ କେଶ ମୂଳରେ ଭଲଭାବରେ ମାଲିସ କରନ୍ତୁ । ପରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ପୂର୍ବପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣ ଦେଖାଯିବ।
  2. ସୋରିଷ-ଆମଲା ଅଏଲ : ଅଳାଁକୁ ସାଧାରଣତଃ ଆପଣ କଳା, ଘନ ଓ ମଜଭୁତ କେଶ ପାଇଁ ବ୍ୟବହାର କରି ପାରିବେ । ଏଥିପାଇଁ ଏକ ଲୁହା କଢେଇରେ କିଛି ପରିମାଣର ଦେସୀ ସୋରିଷ ତେଲ ସହ ପାଖାପାଖି ୪-୫ଟି ଅଳାଁ ପକାଇ ଫୁଟାନ୍ତୁ । ଏହା ଭଲ ଭାବରେ ଫୁଟି ଗଲା ପରେ ଏହାକୁ ଛାଣି ଦିଅନ୍ତୁ ଓ କେଶରେ ନିୟମିତ ଭାବରେ ବ୍ୟବହାର କରନ୍ତୁ।
  3. ଦାନାମେଥି ଅଏଲ୍ : ମେଥିରେ ଉପଲବ୍ଧ ଥିବା ଲେସିଥିନ୍ ନାମକ ପ୍ରୋଟିନ୍ କେଶକୁ ଲମ୍ବା, ମଜଭୁତ, କୋମଳ ତଥା ସାଇନିଂ କରିବାରେ ସହାୟକ ହୋଇଥାଏ । ଏହା କେଶରୁ ରୁପି ଜନିତ ସମସ୍ୟାରୁ ମଧ୍ୟ ଦୂର କରିଥାଏ । ପେଶା କିମ୍ବା ଦାନା ବାଲା ମେଥିକୁ ନଡିଆ ତେଲ ସହିତ ମିଶାଇ ଭଲଭାବରେ ଗରମ କରି ଦିଅନ୍ତୁ । ଆଉ ଏହାକୁ ଛାଣି ରଖି ଦିଅନ୍ତୁ ଓ ପ୍ରତିଦିନ କେଶରେ ମାଲିସ କରନ୍ତୁ।

ପଢନ୍ତୁ;

ମସ୍ତିଷ୍କ ପାଇଁ ଖୁବ ଉପକାରୀ “ଆଚାର” ! ଆସନ୍ତୁ ଜାଣିବା ଏହା ଉପରେ ବିଶେଷଜ୍ଞଙ୍କ ମତ କଣ ରହିଛି ?

Related posts

ବାଥ୍‌ରୁମ୍‌ରେ ଏହି ୪ଟି ଜିନିଷ ରଖିଲେ ହୋଇ ପାରେ କ୍ୟାନ୍‌ସର୍‌

ENO Beuro

ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ “ବାଇଗଣ”, ଆସନ୍ତୁ ଜାଣିବା ଏହା ଶରୀର ପ୍ରତି କେତେ ଉପଯୋଗୀ ?

ENO Beuro

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

ENO Beuro

Leave a Comment