Featured

ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ କରିବା ଦ୍ୱାରା ପାଇପାରିବେ ଅନେକ ସୁବିଧା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ସୁପ୍ରେମୀକୋର୍ଟ ନିୟମ ଅନୁସାରେ ୨୦୧୮ ଫ୍ରେବୁଆରୀ ମାସ ଶେଷସୁଧା ସବୁ ମୋବାଇଲ ନମ୍ବରକୁ ଆଧାରକାର୍ଡ ସହ ସଂଯୋଗ କରିବା ବାଧ୍ୟତାମୂଳକ। ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ଦ୍ଵାରା ବହୁତ ଫାଇଦା ଅଛି। ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ପର୍ଯ୍ୟନ୍ତ ରହିଛି ଅନେକ ପ୍ରଶ୍ନ । ଲୋକମାନେ ଚିନ୍ତା କରୁଛନ୍ତି କାଳେ ତାଙ୍କର ମୋବାଇଲ ନମ୍ବରର ଦୁରୂପୋଯୋଗ ହେବ । ଆଧାର ଅଥରିଟି ୟୁଆଇଡ଼ିଏଆଇ ମୋବାଇଲ ନମ୍ବର ଆଧାର ସହ ଲିଙ୍କ୍ କରିବାର କିଛି ଲାଭ ବିଷୟରେ ବର୍ଣ୍ଣନା କରିଛି । ଏଥିରେ ଶୀଘ୍ର ସିମ୍ ମିଳିବା ସହ ଆଉ ଅନେକ ସୁବିଧା ମିଳେ ।

ତେବେ ଆସନ୍ତୁ ଜାଣିବା ଏହାର ସୁବିଧା ସମ୍ପର୍କରେ-

  • ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବା ଦ୍ୱାରା ଆପଣ ଅନେକ ସ୍ଥାନରେ ବିନା ଦସ୍ତାବିଜରେ ଆପ୍ଲିକେସନ ଦେଇପାରିବେ । ଆଉ ଏଥିପାଇଁ ଅନେକ ପ୍ରକାର ଡକ୍ୟୁମେଂଟ ନିଜ ପାଖରେ ରଖିବା ପାଇଁ ପଡ଼ିବ ନାହିଁ ।
  • ମୋବାଇଲ ନମ୍ବର ଆଧାରରେ ଲିଙ୍କ୍ କରିବା ପରେ ଆପଣଙ୍କ ପାଇଁ ଇ–କେୱାଇସି ଭେରିଫିକେସନ୍ କରିବା ବହୁତ ସଜହ ହୋଇଯାଏ । ଏଥିରେ କେବଳ ଶୀଘ୍ର ସେବା ମିଳିବା ସହିତ ଅନେକ ଦସ୍ତାବିଜ ଦାଖଲ କରିବା ପରି ଅସୁବିଧାରୁ ମଧ୍ୟ ରକ୍ଷାମିଳେ।
  •  ୟୁଆଇଡ଼ିଏଆଇ ଅନୁସାରେ ମୋବାଇଲ ନମ୍ବର ସହ ଆଧାର ନମ୍ବର ସହ ସଂଯୋଗ କଲେ, ଆପଣଙ୍କ ମୋବାଇଲ୍ ନମ୍ବର ଅଧିକ ସୁରକ୍ଷିତ ରୁହେ।
  •  ସିମ୍ ସହ ଆଧାର ଲିଙ୍କ୍ କରିବା ଦ୍ୱାରା ଘରେ ବସି ମ୍ୟୁଚୁଆଲ ଫଣ୍ଡ ସମେତ ଅନେକ ସେବାର ଲାଭ ଉଠାଇପାରିବେ । ଯଦି ଆପଣଙ୍କ ଆଇସିଆଇସିଆଇ ବ୍ୟାଙ୍କରେ ଖାତା ଖୋଲିଛନ୍ତି , ତେବେ ଆପଣ ପିପିଏଫ୍ ଖାତା ମଧ୍ୟ ଘରେ ବସି ବସି ଖୋଲିପାରିବେ।
  • ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ କରିବା ଦ୍ୱାରା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କ ନାମରେ ଫର୍ଜି ସିମ୍ ବାହାର କରିପାରିବେ ନାହିଁ । କାରଣ ସିମ୍ ନେବା ପାଇଁ ବାୟୋମେଟ୍ରିକ୍ କିମ୍ବା ଓଟିପି ଦରକାର ହେବ।

ପଢନ୍ତୁ;

ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ପାୱାରବ୍ୟାଙ୍କ୍ ବ୍ୟବହାର କରୁଛନ୍ତି କି? ସାବଧାନ! ନଚେତ ହୋଇପାରେ ଏହି ସବୁ ଅସୁବିଧା

ENO Beuro

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ENO Beuro

ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ! ଆକାଉଂଟରୁ କଟୁୁଛି ଟଙ୍କା ,ଜାଣନ୍ତୁ କାହିଁକି ?

ENO Beuro

1 comment

Leave a Comment