LIFESTYLE

ଆସନ୍ତୁ ଜାଣିବା ଆମ ଦୈନିକ ଜୀବନରେ ‘ସଂଗୀତ’ର ପ୍ରଭାବ କଣ ରହିଛି ?

ସଂଗୀତ ଶୁଣିବା ଦ୍ଵାରା ଆମ ଆତ୍ମାକୁ ଶାନ୍ତି ମିଳେ ଆଉ ଦୁଃଖ ଦୂର କରେ। ଯେଉଁ ରୋଗ ଔଷଧରେ ଭଲ ହୁଏ ନାହିଁ ସଂଗୀତ ଶୁଣିଲେ ଭଲ ହୋଇଥାଏ ।  ସମସ୍ତଙ୍କୁ ଅଲଗା ଅଲଗା ସଂଗୀତରେ ସୁଖ ମିଳେ।ଯେଉଁ ସଂଗୀତ ଆମକୁ ଶୁଣିବାକୁ ପସନ୍ଦ ଲାଗେ ସେଇ ସଂଗୀତ ଆମକୁ ମନରଞ୍ଜନ ମଧ୍ୟ କରିଥାଏ ।

ଆପଣ ଜାଣିଛନ୍ତି କି,ସଂଗୀତ ଶୁଣିବା ଦ୍ୱାରା ଆମର ବିଭିନ୍ନ ପ୍ରକାର ଦୁଃଖ ଦୂର ହୋଇଥାଏ।

  • ଯେ କୌଣସି କାରଣରୁ ଦୁଃଖ ଆସିଲେ ବି ସଂଗୀତ ଦ୍ୱାରା ସୁଖ ମିଳେ। ସଂଗୀତ ଆମର କ୍ଲାନ୍ତ ମନକୁ ଅତି କମ ସମୟରେ ଖୁସି ଦେଇଥାଏ। ଯେଉଁଠି ଡାକ୍ତରଙ୍କ ଡାକ୍ତରୀ ଔଷଧ କାମ କରେ ନାହିଁ ସେଠି ସଙ୍ଗୀତର ପ୍ରଭାବ ଥାଏ।
  • ସଂଗୀତର ମିଠା ସ୍ୱରରେ ଆମର ନୀତିଦିନର କ୍ଲାନ୍ତ ଦୂର ହୁଏ, ବେଳେ ବେଳେ ଡାକ୍ତର ଉପଦେଶ ଦେଇଥାନ୍ତି ସଂଗୀତ ଶୁଣିବାକୁ। ବହୁତବର୍ଷ ପୂର୍ବରୁ ଜଣା ପଡିଛି ସଂଗୀତ ଆମ ଶରୀର ଓ ମନ ଉପରେ ପ୍ରଭାବ ପଡିଥାଏ।
  • ଆମର ଦୈନିକ ଜୀବନରେ ଆମେ ଅନେକ ସୁଖ ଦୁଃଖ ଓ ବାଧା ବିଘ୍ନ ଦେଇ ଗତି କରୁ, ଏଥିରୁ ଆମକୁ ବହୁତ କ୍ଲାନ୍ତ ଅନୁଭବ ହୁଏ ସେଥିପାଇଁ ଆଜିକାଲିର ଯୁବ ପିଢ଼ିଙ୍କୁ ବହୁତ କମ ବୟସରେ ବିଭିନ୍ନ ପ୍ରକାର ରୋଗ ହେଉଛି, ଏଥିରୁ ମୁକ୍ତି ପାଇବା ପାଇଁ ସଂଗୀତ ଶୁଣିବା ନିହାତି ଆବଶ୍ୟକ।
  • ବିଭିନ୍ନ ଗବେଷଣାରୁ ଜଣା ପଡିଛି ସଂଗୀତ ଶୁଣିବା ଦ୍ୱାରା ଆମ ଶରୀରର ମାଂସପେଶୀ ସୁସ୍ଥ ରଖେ ଓ ମନକୁ ଶାନ୍ତି ମିଳେ ତେଣୁ କାମ କରିବାରେ ଉତ୍ସାହତ ଲାଗେ।
  • ସଂଗୀତର ଆଉ ଗୋଟେ ବଡ ଅବଦାନ ରହିଛି ଯେମିତି ଆମକୁ ଗୋଟେ ଭଲ ଲକ୍ଷ୍ୟ ସ୍ଥଳକୁ ପହଞ୍ଚେଇ ଥାଏ, କିଛି ସଂଗୀତ ପ୍ରତି ଦିନ ଶୁଣିବା ଫଳରେ ଆମର ମନର କିଛି ନୂଆ କରିବାର ଜିଜ୍ଞାସା ଜାଗିଉଠେ।

ପଢନ୍ତୁ;

ଶରୀରରେ ଉଜ୍ଜଳତା ଏବଂ ଶକ୍ତି ବୃଦ୍ଧି କରିବାକୁ ଚହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

Related posts

ଆପଣ ଦିନସାରା ବ୍ୟସ୍ତତାରେ ରହୁଛନ୍ତି କି ? ତେବେ ପଡିପାରେ ମସ୍ତିଷ୍କରେ କୁ ପ୍ରଭାବ

ENO Beuro

ଶୀତଦିନେ ହାତକୁ କିପରି ରଖିବେ ନରମ? ଜାଣନ୍ତୁ କିଛି ଘରୋଇ ଉପଚାର

ENO Beuro

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ଵାରା ହୋଇଥାଏ ଏହିସବୁ ଅସୁବିଧା ! ଜାଣିରଖନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More