• Home
  • LIFESTYLE
  • ଆମ୍ବପତ୍ର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ! ଜାଣନ୍ତୁ ଏହାର ଉପକାରୀତା ସମ୍ବନ୍ଧରେ
LIFESTYLE

ଆମ୍ବପତ୍ର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ! ଜାଣନ୍ତୁ ଏହାର ଉପକାରୀତା ସମ୍ବନ୍ଧରେ

ଆମ୍ବ ଫଳର ରାଜା ଅଟେ ବୋଲି କୁହାଯାଏ । ପାଚିଲା ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ ଅଟେ  । କଞ୍ଚା ଆମ୍ବରେ ମଧ୍ୟ ଚଟଣି ଓ ଆଚାର କରି କରାଯାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ ।ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କିନ୍ତୁ ଆପଣ ଜାଣିଛନ୍ତି କି, ଆମ୍ବ ବ୍ୟତୀତ ଏହାର ପତ୍ର ବି ସ୍ୱାସ୍ଥ୍ୟ ବେଶ୍ ପାଇଁ ଉପକାରୀ ।

ଆମ୍ବପତ୍ର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ! ଜାଣନ୍ତୁ ଏହାର ଉପକାରୀତା ସମ୍ବନ୍ଧରେ mango leaf

ଶ୍ୱାସ, ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଆମ୍ବପତ୍ରର ରସ ପିଇବା ଲାଭଦାୟକ ଅଟେ ।

ଏଥିରେ ଭରପୁର ମାତ୍ରାରେ ମ୍ୟାଗୀଫେରିନ୍, ଗ୍ୟାଲିକ ଏସିଡ, ଫୋଲିପିନାଲ୍ସ ଭଳି ଅନେକ ଗୁଣ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ତେବେ ଆସନ୍ତୁ ଜାଣିବା ଆମ୍ବ ପତ୍ରର ଉପକାରୀତା ସମ୍ବନ୍ଧରେ-

  1. ଆମ୍ବ ପତ୍ରରେ ଭରପୁର ମାତ୍ରରେ ଫାଇବର ତତ୍ୱ ରହିଛି,  ଏହା ଆପଣଙ୍କ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ।
  2. ଯଦି କୌଣସି ବ୍ୟକ୍ତିର ଶରୀରରେ ଉଚ୍ଚ ରକ୍ତଚାପ ସ୍ତର ଅସନ୍ତୁଳନ ହୁଏ, ଏହା କିଡନୀ ଉପରେ ବି ପ୍ରଭାବ ପକାଇଥାଏ । ସେଥିପାଇଁ ନିମମିତ ଭାବେ ଖାଲି ପେଟରେ ଆମ୍ବପତ୍ରର ରସ ପିଅନ୍ତୁ । ଯଦି ଆପଣ ଏଭଳି ନିୟମିତ ପିଇବେ, ତେବେ କିଡ଼ନୀ ସମସ୍ୟାରୁ ମୁକ୍ତି ପାଇବେ । କିଡ଼ନୀ ବି ସୁସ୍ଥ ରହିବ ।
  3. ଯଦି ଆପଣମାନେ ଆଜମା, ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ସମସ୍ୟାରେ ପଡୁଛନ୍ତି, ଏଥିପାଇଁ ଆମ୍ବପତ୍ର ବହୁତ ଉପକାରୀ ଅଟେ  । ଆମ୍ବ ପତ୍ରରେ ଭରପୁର ମାତ୍ରାରେ ଆଂଟିବ୍ୟାକ୍ଟେରିୟା ଗୁଣ ରହିଛି । ରକ୍ତର ସୁଗାର ସ୍ତରକୁ ନିୟମନ୍ତ୍ର ରଖେ ଆମ୍ଭପତ୍ର । ଆମ୍ବପତ୍ରର ରସ ପିଇବା ଦ୍ୱାରା ରକ୍ତରେ ଇନସୁଲିନ ଉତ୍ପାଦନର ଗ୍ଲୋଜର ପ୍ରସାର ବଢିଯିବ । ଯେଉଁଥିପାଇଁ ଉଚ୍ଚରକ୍ତ ଚାପ ସବୁବେଳେ ନିୟନ୍ତ୍ରଣ ରହିଥାଏ ।
  4. ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ । ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ ।

ଆମ୍ବପତ୍ର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ! ଜାଣନ୍ତୁ ଏହାର ଉପକାରୀତା ସମ୍ବନ୍ଧରେ leaf of mango

ପଢନ୍ତୁ ;

କେତେକ ଝିଅମାନେ ତାଙ୍କ ଠାରୁ କମ ପାଠ ପଢିଥିବା ପୁଅଙ୍କୁ ବିବାହ କରିବାକୁ ଚାହିଁଥାନ୍ତି ! ଜାଣନ୍ତୁ ଏହାର କାରଣ କଣ

Related posts

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

Krishna Kumar Manoj

ଆସନ୍ତୁ ଜାଣିବା ସକାଳୁ ଉଠି ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ

Krishna Kumar Manoj

ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ସରଳ ଉପାୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More