ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ପୋଦିନା ପତ୍ରରେ ଭାରି ରହିଛି ଔଷଧୀୟ ଗୁଣ । ଏହା ଖାଇବା ପାଇଁ ଯେତିକି ସ୍ଵାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ । ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରିଥାଏ । ଏଥିରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଥାଏ । ତେବେ ଆସନ୍ତୁ ଜାଣିବା ପୋଦିନାର ଚମତ୍କାରୀ ଗୁଣ ବିଷୟରେ। ।

ଜାଣନ୍ତୁ ପୋଦିନାର ଚମତ୍କାରୀ ଗୁଣ :-

  • ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।
  • ଖରା ଦିନେ ଅଂଶୁଘାତ ହୁଏ। ଅଂଶୁଘାତ ଆକ୍ରାନ୍ତଙ୍କୁ ପୋଦିନା ରସ ପିଇବାକୁ ଦେଲେ ଭଲ। ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ।
  • ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ।
  • ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ।
  • ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ । ପେଟ ବ୍ୟଥା ଦୂର ହୋଇଯିବ।
  • ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ ।
  • ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା। ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।

ପଢନ୍ତୁ ; ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

 

ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ - 92%

92%

ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ - 91%

91%
91.5%

Excellent!

ଜାଣନ୍ତୁ ପୋଦିନାର ଚମତ୍କାରୀ ଗୁଣ ବିଷୟରେ !

ପୋଦିନା ପତ୍ରରେ ଭାରି ରହିଛି ଔଷଧୀୟ ଗୁଣ । ଏହା ଖାଇବା ପାଇଁ ଯେତିକି ସ୍ଵାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ । ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରିଥାଏ । ଏଥିରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଥାଏ । ତେବେ ଆସନ୍ତୁ ଜାଣିବା ପୋଦିନାର ଚମତ୍କାରୀ ଗୁଣ ବିଷୟରେ। ।

5/5 Votes: 1 user

You're not rated yet