LIFESTYLE

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ “ଅଲିଭ୍‌ ତେଲ”

ଅଲିଭ୍‌ ତେଲର ଉପକାରୀ ଗୁଣ

ଅଲିଭ୍‌ ତେଲର ବ୍ୟବହାର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଥଣ୍ଡା ଏବଂ ଗରମ ଦିନରେ ଏହା ବହୁତ ଫଳପ୍ରଦ।ଏହି ତେଲକୁ ଶରୀରର ସବୁ ଅଙ୍ଗରେ ବ୍ୟବହାର କରିପାରିବେ।
ବୈଜ୍ଞାନିକମାନେ ଅଲିଭ୍‌ ତେଲରେ ଏକ ଯୌଗିକ ଚିହ୍ନଟ କରିଛନ୍ତି। ଏହା ଇନ୍‌ସୁଲିନ୍‌ ଝରାଇବାରେ ସହାୟକ ହେବା ସହିତ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିପାରିବ। ଏହାଦ୍ୱାରା କମ୍‌ ଖର୍ଚ୍ଚରେ ଏହି ଦୁରାରୋଗ୍ୟ ବ୍ୟାଧିକୁ ନିରାକରଣ କରାଯାଇପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

ଅଲିଭ୍‌ର ପ୍ରାକୃତିକ ଉତ୍ପାଦ ଅଲିଭ୍‌ ତେଲ ଭୂମଧ୍ୟସାଗରୀୟ ଅଞ୍ଚଳରେ ଖାଦ୍ୟ ଉପାଦାନ ରୂପେ ଦୀର୍ଘଦିନରୁ ପରିଚିତ ହୋଇ ଆସିଛି।ଆମେରିକାର ଭର୍ଜିନିଆ ପଲିଟେକ୍‌ନିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଷ୍ଟେଟ୍‌ ୟୁନିଭର୍ସିଟି (ଭର୍ଜିନିଆ ଟେକ୍‌)ର ଗବେଷକମାନେ ଜାଣିବାକୁ ପାଇଛନ୍ତି, ଅଲିଭ୍‌ ତେଲରେ ଥିବା ଯୌଗିକ ଓଲେଉରୋପିନ୍‌ ଅଗ୍ନ୍ୟାଶୟରେ ଅଧିକ ଇନ୍‌ସୁଲିନ୍‌ ଝରାଇବାରେ ସହାୟକ ହୁଏ। ଇନ୍‌ସୁଲିନ୍‌ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମଲିକ୍ୟୁଲ୍‌। ଏହା ମେଟାବୋଲିଜିମ୍‌(ଶରୀର ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା ବା ବିପାକ କ୍ରିୟା)କୁ ନିୟନ୍ତ୍ରଣ କରେ। ଏହି ଯୌଗିକ ମଧ୍ୟ ଆଉ ଏକ ମଲିକ୍ୟୁଲ୍‌ ଆମିଲିନ୍‌କୁ ନିୟନ୍ତ୍ରଣ କରେ।

ଟାଇପ୍‌ ୨ ଡାଇବେଟିସ୍‌ରେ ଅଧିକ ମାତ୍ରାରେ କ୍ଷତିକାରକ ଆମିଲିନ୍‌ ମଲିକ୍ୟୁଲ୍‌ ସୃଷ୍ଟି ହୋଇଥାଏ। ଏହି ଦୁଇଟି ମଲିକ୍ୟୁଲ୍‌କୁ ଓଲେଉରୋପିନ୍‌ ଡାଇବେଟିସ ନିୟନ୍ତ୍ରଣ କରିପାରିଥାଏ ବୋଲି ଗବେଷକମାନେ କହିଛନ୍ତି। ଏ ସମ୍ପର୍କରେ ଭର୍ଜିନିଆ ଟେକ୍‌ର ସହକାରୀ ପ୍ରଫେସର ବିନ୍‌ ଜୁ କହନ୍ତି, ଅଲିଭ୍‌ ଉତ୍ପାଦ ଡାଇବେଟିସ୍‌ ନିରୋଧୀ ଭାବରେ କାହିଁକି କାର୍ଯ୍ୟ କରେ ବୋଲି ଦୀର୍ଘଦିନରୁ ଯେଉଁ ପ୍ରଶ୍ନ ଉଠିଥିଲା, ଆମ ଗବେଷଣା ତାହାର ଯଥାର୍ଥ ଉତ୍ତର ଦେଇପାରିଛି। ସେ କହନ୍ତି, ଏହା କେବଳ ଜୈବରସାୟନ କ୍ଷେତ୍ରରେ ସହାୟକ ହେବନାହିଁ ବରଂ ସାମୂହିକ ଜନକଲ୍ୟାଣ ଦିଗରେ ଏହା ଉପକାରୀ ସାବ୍ୟସ୍ତ ହେବ।

ବର୍ତ୍ତମାନ ଡାଇବେଟିସ୍‌ ମହାମାରୀ ରୂପ ନେଇଥିବାରୁ ଅଲିଭ୍‌ ଉତ୍ପାଦ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଜୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କିତ ବିସ୍ତୃତ ଅଧ୍ୟୟନ ବାୟୋକେମିଷ୍ଟ୍ରି ପତ୍ରିକାରେ ପ୍ରକାଶ ପାଇଛି।

ପଢନ୍ତୁ;

ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ଦୂର କରିଥାଏ “ଷ୍ଟ୍ରବେରି”, ଜାଣିରଖନ୍ତୁ ସବୁବେଳେ କେଉଁ ଖାଦ୍ୟ ଖାଇବାଦ୍ୱାରା ତ୍ୱଚାର ଚମକ ବଜାୟ ରହିଥାଏ

Related posts

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ENO Beuro

ଏସିରେ ଅଧିକ ସମୟ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ?

ENO Beuro

ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

ENO Beuro

1 comment

Leave a Comment