LIFESTYLE

ପିଆଜ ଚୋପାର ରହିଛି ଚମତ୍କାରିତା ଗୁଣ: ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ସମ୍ପର୍କରେ

ପିଆଜ ଖାଦ୍ୟର ଏକ ଅବିଶେଷ୍ୟ ଅଙ୍ଗ। ଶାକାହାରୀ ହେଉ କି ମାଂସାହାରୀ ପିଆଜ  ସମସ୍ତଙ୍କର ପସନ୍ଦ। ତରକାରୀରେ ମସଲା ଭାବେ ହେଉ କିମ୍ବା ସାଲାଡରେ ପିଆଜ ନ ପଡିଲେ ଖାଇବା ରୁଚିକର ହୋଇନଥାଏ। ପିଆଜ ତ ଆମେ ଖାଉ ମାତ୍ର ପିଆଜର ଚୋପାକୁ ଆମେ ଫୋପାଡି ଦେଉ। କଣ ଆପଣ ଜାଣିଛନ୍ତି ପିଆଜ ପରି ପିଆଜ ଚୋପା ମଧ୍ୟ ବହୁ ଉପକାରୀ। ପିଆଜ ଚୋପାରେ ରହିଛି ଅନେକ ଭିଟାମିନ ଯାହା ଆମକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇପାରିବ। । ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ୍‌ ପ୍ଲେବୋନାଇଟସ୍‌  ଏବଂ ଆଣ୍ଟି-ଇନ୍‌ଫ୍ଲିମେଣ୍ଟୋରୀ କମ୍ପାଉଣ୍ଡ୍‌ କ୍ୱରସେଟିନ୍‌ ରହିଛି। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାର ସମାଧାନ କରିଥାଏ।

୧) ପିଆଜ ଚୋପାରେ ସବୁଠାରୁ ଅଧିକ ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଛି। ଯାହା ଆପଣଙ୍କ ଶରୀରରେ ଫ୍ରି-ରାଡିକାଲସ୍‌ର ଫଙ୍କସନ୍‌କୁ ନିୟନ୍ତ୍ରଣ କରି ଏହାର ମାତ୍ରା ବଢ଼ିବାକୁ ଦେଇ ନ ଥାଏ। ଏହା ଆପଣଙ୍କ ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ପ୍ରଭାବିତ କରିଥାଏ।
୨) ପିଆଜ ଚୋପାରେ ହିଲିଂ ପ୍ରପୋଟିଜ୍‌ ରହିଛି ଏହା ତ୍ୱଚାରେ ହେଉଥିବା ଜଳାପୋଡ଼ା, କୁଣ୍ଡାଇ ହେବା ପରି ଅନ୍ୟ ସମସ୍ୟା ପାଇଁ ପିଆଜ ଚୋପା ଦରକାରୀ। ଏଥିପାଇଁ ଆପଣ ପିଆଜ ଚୋପାକୁ ପାଣିରେ ପକାଇ ବ୍ୟବହାର କରିବା ଦ୍ୱାରା ତ୍ୱଚାଜନିତ ସମସ୍ୟାରୁ ରକ୍ଷା ପାଇପାରିବେ।


୩) କେଶ ରୁକ୍ଷ ହୋଇ ବୃଦ୍ଧି ହେଉନଥିଲେ ପିଆଜଚୋପାକୁ ପାଣିରେ ଫୁଟାଇ ଏହି ପାଣିରେ ଶାମ୍ପୂ କରିବା ପରେ କେଶକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶ କୋମଳ ହେବା ସହିତ ଏହାର ରୁକ୍ଷତା ଚାଲି ଯାଇଥାଏ।
୪) ଯଦି ଆପଣଙ୍କ ଗଳାରେ କିଛି ସମସ୍ୟା ରହିଛି, ତେବେ ପିଆଜ ଚୋପାକୁ ପାଣିରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଏହି ପାଣିରେ କୁଳି କରନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟୋରୀ ଗୁଣ ଆପଣଙ୍କ ଗଳାକୁ ଠିକ୍‌ କରିବା ପାଇଁ ସାହାଯ୍ୟ କରିଥାଏ।
ପଢନ୍ତୁ: ନିମ୍ବ ପତ୍ରର ରହିଛି ଅନେକ ଔଷଧୀୟ ଗୁଣ: ଆସନ୍ତୁ ଜାଣିବା ସେଗୁଡିକ କଣ କଣ

Related posts

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

Ratnamani Moharana

କ୍ୟାନସର ଓ ଟ୍ୟୁମର ରୋଗରୁ ପାଇପାରିବେ ମୁକ୍ତି ! ଜାଣନ୍ତୁ କିପରି ଘରୋଇ ଉପାୟରେ ବଂଚାଇବେ ଜୀବନ

ENO Beuro

ଦୂର ଯାତ୍ରା ପାଇଁ ଇଚ୍ଛା କିନ୍ତୁ ବାନ୍ତି ସମସ୍ୟା ପାଇଁ ଭୟ? ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର

ENO Beuro

Leave a Comment