LIFESTYLE

କେବଳ ପିଆଜ ନୁହେଁ ପିଆଜ ଚୋପାରେ ମଧ୍ୟ ରହିଛି ଅନେକ ଉପକାରିତା ଗୁଣ! ଜାଣନ୍ତୁ

ଅନେକ ଲୋକ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି। ପିଆଜ ଚୋପାରେ ମଧ୍ୟ ଉପକାରିତା ରହିଛି। ସେ ସଂପର୍କରେ ଜାଣିବା ପରେ ଆପଣମାନେ ତାକୁ ଆଦୌ ଫୋପାଡ଼ିବାକୁ ଚାହିଁବେନି।

ତେବେ ଆସନ୍ତୁ ଜାଣିବା ପିଆଜ ଚୋପର ଉପକରିତା ସଂପର୍କରେ-

  • ପିଆଜ ଚୋପାକୁ ଭିଜାଇ ରଖନ୍ତୁ। କେଶକୁ ସାମ୍ପୁରେ ଭଲ ଭାବେ ସଫା କରି ସାରିବା ପରେ ସେହି ପିଆଜ ଚୋପା ଭିଜା ପାଣିରେ କେଶକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ସଫ୍ଟ ରହେ।
  • ପିଆଜ ଚୋପାରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ଅଧିକ ଥାଏ ଏଥିସହ ଏଥିରେ ଆଣ୍ଟି ଇଫ୍ଲାମେଟୋରି ଶକ୍ତି ମଧ୍ୟ ଥାଏ। ଏହା ବ୍ୟତୀତ ଏଥିରେ କ୍ୱେରସେଟିନ ନାମକ ଏନ୍‌ଜାଇମ ଥାଏ ଯାହା କ୍ୟାନସର କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ଆପଣ ପିଆଜ ଚୋପାକୁ ଚା ରେ ମଧ୍ୟ ବ୍ୟବହାର କରି ପାରିବେ। ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଏହି ଚା ପିଅନ୍ତୁ।
  • ପିଆଜ ଚୋପାରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥାଏ ଯାହା ପେଟରେ ହେଉଥିବା ଇନ୍ଫେକ୍ସନରୁ ମୁକ୍ତି ଦିଏ। ପିଆଜ ଚୋପାକୁ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ସେହି ପାଣିକୁ ପିଅନ୍ତୁ।
  • ଘରେ ଛାରପୋକ ଓ ମଶା ରହୁଛନ୍ତି ତା’ହେଲେ ପିଆଜ ଚୋପାର ବ୍ୟବହାର କରନ୍ତୁ। ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ସେହି ପାଣିକୁ କବାଟ ଓ ଝରକା ପାଖରେ ରଖି ଦିଅନ୍ତୁ। ଏହି ପାଣିର କଡ଼ା ଗନ୍ଧରେ ଛାରପୋକ ଓ ମଶା ଘରେ ପଶି ପାରନ୍ତି ନାହିଁ।

ପଢନ୍ତୁ; ଟମାଟୋ ଜୁସ ପିଇବା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

Related posts

ଆପଣ ଜାଣିଛନ୍ତି କି? ଗୋମୂତ୍ର ସେବନ କରିବା ଦ୍ଵାରା ଦୂର ହୋଇଥାଏ ଅନେକ ସମସ୍ୟା! ତେବେ ଜାଣନ୍ତୁ ତାହା ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଜନ୍ମ ବାର ଅନୁସାରେ ନାରୀମାନଙ୍କର ସ୍ଵଭାବ କଣ ରହିଥାଏ ?

ENO Beuro

ହୃଦ୍‌ଜନିତ ସମସ୍ୟାକୁ ଦୂରକରିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ENO Beuro

Leave a Comment