LIFESTYLE

ଆପଣ ପିଆଜ ଚା’ ପିଇଛନ୍ତି କି ? ଜାଣନ୍ତୁ ଏହି ଚା’ର ଉପକାରୀ ଗୁଣ ସମ୍ପର୍କରେ

ପିଆଜ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ ଲାଭଦାୟକ ଅଟେ। ଆପଣ ଏହାକୁ ସାଲାଡ୍ କରି ଖାଇପାରିବେ ଏବଂ ଏହାକୁ ପରିବାରେ ମସଲାରେ ସିିଝାଇ ଖାଆନ୍ତୁ ଏହା ସବୁ ପ୍ରକାରେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ପିଆଜ ଖାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଏହା ଦ୍ଵାରା କୋଷ୍ଠ କାଠିନ୍ୟ ସମସ୍ୟା , କୋଲେଷ୍ଟ୍ରାଲ୍ , ଏନିମିଆ ଭଳି ରୋଗ ଦୂର ହୋଇଥାଏ।

ଯଦି ଚେହେରାରେ ଅଧିକ ଚମକପଣ ଆଣିବାକୁ ଚାହୁଁଛନ୍ତି କି ,ବିଳମ୍ବ ନକରି ପିଆଜର ଚା ପିଇବା ଆରମ୍ଭ କରିନିଅନ୍ତୁ।ଆପଣ ଜାଣିନଥିବେ ପିଆଜ ଚା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ପିଆଜ ଚା’ରେ କିଛି ଅଧିକ ସ୍ୱାସ୍ଥ୍ୟକର ଭାବେ କୁହାଯାଏ । ଯଦି ଡାକ୍ତରଙ୍କ ଉପଦେଶ ପରେ ଏହି ଚା ସେବନ କରାଯାଏ ତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇପାରିବେ।

ଆସନ୍ତୁ ଜାଣିବା କିପରି ତିଆରି ହୁଏ ପିଆଜ ଚା’-

  • ଏକ ପିଆଜକୁ ନେଇ ଭଲ ଭାବେ ଧୋଇ କାଟନ୍ତୁ। ଏବଂ ଏମିତି ଭାବେ ଏହାକୁ ୧୦ ମିନିଟ୍ ଯାଏ କଟାଭାବେ ଛାଡିଦିଅନ୍ତୁ।
  • ଏବେ ପାଣିକୁ ଅଧିକ ଗରମ କରନ୍ତୁ।
  • ଗରମ ପାଣିରେ କଟା ପିଆଜକୁ ପକାନ୍ତୁ ଏବଂ ୧୫ ମିନିଟ୍ ପାଇଁ ଏମିତି ରଖିଦିଅନ୍ତୁ।
  • ବର୍ତ୍ତମାନ ପିଆଜର ଚା’କୁ ଛାଣି ପିଅନ୍ତୁ।

ଜାଣନ୍ତୁ ଏହି ଚା ର ଉପକାରିଗୁଣ ସମ୍ପର୍କରେ-

  • ଅନିଦ୍ରା ଦୂର କରେ –  ଯଦି ଅନିଦ୍ରା ସମସ୍ୟାରେ  ପିଆଜର ଚା’ ପିଇବା  ବହୁତ ଲାଭଦାୟୀ ହୋଇଥାଏ । ଏହାକୁ ଦିନରେ ଥରେ ପିଅନ୍ତୁ । ବ୍ୟତିକ୍ରମ ଜାଣିପାରିବେ।
  • ଥଣ୍ଡା-କଫରୁ ମୁକ୍ତି ମିଳିବ –ଏବେ ପାଗ ବଦଳିବା କାରଣରୁ ଲୋକଙ୍କୁ ଥଣ୍ଡା କଫ ହେବାର ଦେଖାଯାଏ । ପିଆଜରେ ଭିଟାମିନ୍ ସି ବ୍ୟତୀତ ଏମିତି ଅନେକ ଔଷଧୀୟ ଗୁଣକୁ ମିଳିଥାଏ । ଯାହା ବାହାର ସଂକ୍ରମଣକୁ ଦୂର କରି ଆମକୁ ଥଣ୍ଡା-କଫରୁ ବଂଚାଇଥାଏ।
  • ପାଚନ କ୍ରିୟାକୁ ଠିକ୍ କରିଥାଏ –ପିଆଜରେ ଅନେକ ଫାଇବର ଥାଏ । ଯାହା କୋଲୋନର ସଫା କରିବାରେ ସାହାଯ୍ୟ କରିଥାଏ । ଏହି ଫାଇବର ଅନ୍ତଃନଳୀରୁ ଟକ୍ସି୍ସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ଆପଣ ପିଆଜ ଚା’ ପିଇଛନ୍ତି କି ? ଜାଣନ୍ତୁ ଏହି ଚା’ର ଉପକାରୀ ଗୁଣ ସମ୍ପର୍କରେ onion tea

ପଢନ୍ତୁ;

ହୋଲିରେ ରଙ୍ଗ ଖେଳିଲା ବେଳେ କିପରି ସୁରକ୍ଷିତ ରହିବା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

Related posts

ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ

ENO Beuro

ଆସନ୍ତୁ ଜାଣିବା ,ସୋରିଷ ତେଲର ଉପକାରୀ ଗୁଣ

ENO Beuro

ନିୟମିତ ପିଅନ୍ତୁ ଲାଉ ରସ,ଦୂର ହେବ ଅନେକ ସମସ୍ୟା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More