ଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଲଢ଼ିବାକୁ ଶକ୍ତି ଦେଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ତତ୍ତ୍ୱ। ଏହାର ମଞ୍ଜି ଓ ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍‌, ଭିଟାମିନ୍‌ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ।

ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଅମୃତଭଣ୍ଡା ପତ୍ରର ଜୁସ୍ ଉଭୟ ଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଲଢ଼ିବାକୁ ଶକ୍ତି ଦିଏ। ଡେଙ୍ଗୁ ଯୋଗୁଁ ଶରୀରରୁ ପ୍ଲେଟ୍‌ଲେଟ୍‌ସର ମାତ୍ରା କମିଯାଏ। ତେବେ ଅମୃତଭଣ୍ଡା ପତ୍ରର ଜୁସ୍ ଏହାକୁ ବଢ଼ାଇବାରେ ସାହାଯ୍ୟ କରେ। ସେହିପରି ଜ୍ୱର ଯୋଗୁଁ ଶରୀର ଦୁର୍ବଳ ହୋଇଯାଏ। ତେବେ ଦୁର୍ବଳତା ବଢ଼ିବାରୁ ରକ୍ଷା କରେ ଅମୃତଭଣ୍ଡା ପତ୍ରର ଜୁସ୍‌।
  •  ମହିଳାମାନେ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଅମୃତଭଣ୍ଡା ପତ୍ରକୁ ତେନ୍ତୁଳି, ଲୁଣ ଓ ଗୋଟିଏ ଗ୍ଲାସ୍‌ ପାଣିରେ ମିଶାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏହି କାଢ଼ା ଥଣ୍ଡା ହେଲା ପରେ ପିଅନ୍ତୁ। କିଛି ସମୟ ପରେ ଆରାମ ମିଳିଥାଏ।
  • ଅମୃତଭଣ୍ଡା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ଶରୀରରୁ କମୁଥିବା ପ୍ଲେଟଲେଟସକୁ ବଢାଇବା ସହ ଜମାଟ ବାନ୍ଧୁଥିବା ରକ୍ତକୁ ପ୍ରସାରିତ କରିବାରେ ମଧ୍ୟ ଏହି ପତ୍ର ସହାୟକ ହୋଇଥାଏ । ଅମୃତଭଣ୍ଡା ପତ୍ରରେ ଭିଟାମିନ୍ ଏ,ବି,ସି,କ୍ୟାଲସିୟମ୍,ପ୍ରୋଟିନ ଏବଂ ଆୟରନ୍ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ମୁକ୍ତ କରିଥାଏ।
  • ଅମୃତଭଣ୍ଡା ପତ୍ରର ଜୁସ୍ ଶରୀରରେ ବ୍ୟାକ୍ଟେରିଆ ଗୁଡ଼ିକୁ ବଢ଼ିବାକୁ ଦିଏ ନାହିଁ। ଏହା ରକ୍ତରେ ହ୍ଳାଇଟ୍‌ ବ୍ଲଡ୍‌ ସେଲ୍‌ ଓ ପ୍ଲେଟ୍‌ଲେଟ୍‌ସ ବୃଦ୍ଧି କରିବାରେ ସାହାଯ୍ୟ କରେ।

ପଢନ୍ତୁ; ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

ଅମୃତଭଣ୍ଡା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ - 4.4

87%

ଅମୃତଭଣ୍ଡା ପତ୍ରର ଜୁସ୍ ଶରୀରରେ ବ୍ୟାକ୍ଟେରିଆ ଗୁଡ଼ିକୁ ବଢ଼ିବାକୁ ଦିଏ ନାହିଁ। - 4.1

82%
4.2/5

Very Good!

ଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଲଢ଼ିବାକୁ ଶକ୍ତି ଦେଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ତତ୍ତ୍ୱ। ଏହାର ମଞ୍ଜି ଓ ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍‌, ଭିଟାମିନ୍‌ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ।

No Votes Yet

You're not rated yet