LIFESTYLE

ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସାହାଯ୍ୟ କରିଥାଏ “ସପୁରି” ! ଜାଣନ୍ତୁ ଏଥିରେ ଥିବା କିଛି ଔଷଧୀୟ ଗୁଣ

ସପୁରି ହେଉଛି ଏକ ରସାଳ ଫଳ। ଏହି ଫଳ ଅଧିକାଂଶ ଲୋକଙ୍କ ବାଡିବଗିଚାରେ ଦେଖାଦେଇଥାଏ। ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳ ମଧ୍ୟ କୁହାଯାଏ । ଏଥିରେ ଭରପୁର ଭିଟାମିନ୍ ରହିଥାଏ। ଭିଟାମିନ୍ ବି-୧, ବି-୨, ବି-୩,ବି-ସି ପ୍ରଚୁର ପରିମାଣର ଥାଏ ।

ଆସନ୍ତୁ ଜାଣିବା ସପୁରୀରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ-

  • ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୂତ କରିଥାଏ । ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମା ୭୫% ମିଳିଥାଏ । ହଜମ ଶକ୍ତି ବୃଦ୍ଧିରେ ସପୁରି ସହାୟକ ହୋଇଥାଏ।
  •  ମଧୁମେୟ ପାଇଁ ସପୁରି ଉପଯୋଗୀ । ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଂଜି, ଜାମୁ ମଂଜିକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେୟ ରୋଗ ଭଲ ହୋଇଥାଏ।
  •  ପିଲାଙ୍କ ପେଟରେ କୃମି ହେଲେ ସପୁରି କନ୍ଦା ରସ ପିଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ।
  • ନିୟମିତ ସପୁରି ରସ ପାନୀୟ ଭାବେ ବ୍ୟବହାର କରୁଥିଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ ।ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଂଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ।
  • ୧୦୦ ଗ୍ରାମ୍ ସପୁରି ୫୦ କ୍ୟାଲୋରୀ ଶକ୍ତି ଯୋଗାଇଥାଏ । ଏହା ଖାଇବା ଦ୍ୱାରା କୋଲେଷ୍ଟେରଲ ବଢିବାର ଆଶଙ୍କା ନଥାଏ ।ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସପୁରି ଖୁବ୍ ଉପଯୋଗୀ । ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍।

ପଢନ୍ତୁ;

ବାସ୍ତବରେ ଆପଣଙ୍କୁ କେହି ଈର୍ଷା କରୁଛନ୍ତି ବୋଲି ଜାଣିବେ କେମିତି ?

Related posts

ଆସନ୍ତୁ ଜାଣିବା ପାନ ପତ୍ରକୁ କେଉଁ ଉପାୟରେ ବ୍ୟବହାର କଲେ ଅନେକ ଉପକାର ମିଳିପାରିବ!

ENO Beuro

ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

ENO Beuro

ମୁହ୍ନରେ ବ୍ରଣ ସମସ୍ୟା ଦୂର କରିଥାଏ ଭୃଷଙ୍ଗ ପତ୍ରର ପେଷ୍ଟ ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

Leave a Comment