LIFESTYLE

ପପକର୍ଣ୍ଣ ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ପପକର୍ଣ୍ଣ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଟାଇମ ପାସ ପାଇଁ ତଥା ସିନେମା ଦେଖିଲା ବେଳେ ବା ଦୂର ସ୍ଥାନକୁ ଭ୍ରମଣ କରିବା ସମୟରେ ପପକର୍ଣ୍ଣ ଖାଇବାକୁ ଭଲ ପାଇଥାନ୍ତି । ଏହା ପ୍ରାୟ ସବୁ ସମୟରେ ମିଳିଥାଏ । ତେବେ ପପକର୍ଣ୍ଣ କେବଳ ସ୍ୱାଦିଷ୍ଟ ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ । ଏଥିରେ ଫାଇବର, ଆଂଟି ଅକ୍ସିଡେଂଟ, ଭିଟାମିନ, କ୍ୟାଲସିୟମ, ଭାଙ୍ଗାନିଜ ଭଳି ଅନେକ ପୋଷକ ତତ୍ୱ ରହିଛି । ଅନେକ ଲୋକ ପପକଣ୍ଣ ତିଆରି କଲା ବେଳେ ତେଲ ବା ଘିଅ ବ୍ୟବହାର କରିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ  । ଏଥିରୁ ବଂଚିବା ପାଇଁ ଲୁଣ ବ୍ୟବହାର କରନ୍ତୁ । ଏହା ହୃଦୟକୁ ସୁସ୍ଥ ରଖିଥାଏ । ଏହା ବ୍ୟତୀତ ସ୍ୱାସ୍ଥ୍ୟର ଅନେକ ସମସ୍ୟାରୁ ରକ୍ଷା କରିବାରେ ସହାୟତା ହୋଇଥାଏ ପପକର୍ଣ୍ଣ ।

ତେବେ ଆସନ୍ତୁ ଜାଣିବା ଭଜା ମକା ମଞ୍ଜିର ଉପକାରିତା ବିଷୟରେ –

  1.  ପପକର୍ଣ୍ଣ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ମଜବୁତ  ହୋଇଥାଏ । ସପ୍ତାହରେ ତିନି ଥର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟାରୁ ରକ୍ଷା ଦେଇଥାଏ।
  2.  ପ୍ରତିଦିନ ୫ରୁ ୩ ଜଣ ବ୍ୟକ୍ତି କୋଲେଷ୍ଟ୍ରଲ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ବଂଚିବା ପାଇଁ ନିୟମିତ ପପକର୍ଣ୍ଣ ଖାଆନ୍ତୁ । ଏହାଦ୍ୱାରା ଫାଇବରର ମାତ୍ରା ଅଧିକ ହୋଇ କୋଲେଷ୍ଟ୍ରଲ କମ କରିପାରେ । ଏହାଦ୍ୱାର ହୃଦ ଘାତ ସମସ୍ୟାରୁ ରକ୍ଷା ମଦ୍ଦ କରିଥାଏ ।
  3. ପପକର୍ଣ୍ଣରେ ଶକ୍ତିଶାଳୀ ଆଂଟି ଅକ୍ସିଡେଂଟ ରହିଛି । ଶରୀରକୁ ଏହି ପୋଷକ ତତ୍ୱ ଖୁବ ଜରୁରୀ ଅଟେ  । ଏ ଆଂଟି ଅକ୍ସିଡେଂଟ କର୍କଟ ରୋଗ ହେଉଥିବା କୋଷକୁ ବଢାଇବା ପାଇଁ ଦିଏ ନାହିଁ ।
  4.  ପପକର୍ଣ୍ଣରେ ବହୁତ କମ୍ ମାତ୍ରାରେ କ୍ୟାଲେରୀ ଥାଏ । ସେଥିପାଇଁ ଯେତେବେଳେ ବି ଆପଣଙ୍କୁ ଭୋକ ଲାଗୁଛି ପପକଣ୍ଣ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କ ଭୋକ ବି ମେଂଟିବ ଓ ଓଜନ ହ୍ରାସ ମଧ୍ୟ କରିବାରେ ସହାୟତା କରିବ ।
  5.  ଏଥିରେ ମାଙ୍ଗାନିଜ ଥିବାରୁ ହାଡ଼କୁ ମଜବୁତ କରିବାରେ ସହାୟତା ହୋଇଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ଼ ସ୍ୱାସ୍ଥ୍ୟ ସୁସ୍ଥ ରୁହେ ।

ପଢନ୍ତୁ ;

ଲୋକପ୍ରିୟ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ

Related posts

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ବେଲପଣା ?

ENO Beuro

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More