• Home
  • LIFESTYLE
  • ଆଣ୍ଠୁ ଗଣ୍ଠି ପୀଡା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଜୁସ୍ !
LIFESTYLE

ଆଣ୍ଠୁ ଗଣ୍ଠି ପୀଡା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଜୁସ୍ !

ଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ । ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳିଥାଏ ଆଳୁ। କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ । କାରଣ ଆଳୁରେ ଶର୍କରା ଅଧିକ ଥାଏ । ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ ।

ଏବେ ନଜର ପକାନ୍ତୁ ଆଳୁର ଔଷଧୀୟ ଗୁଣ ଏବଂ ଏହାର ବ୍ୟବହାର ଉପରେ ।

ଆଳୁ ରସ ଓଜନ କମାଇବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ସକାଳ ଖାଦ୍ୟ ଖାଇବା ପୂର୍ବରୁ ଆଳୁ ରସ ବା ଜୁସ୍ ସେବନ କରନ୍ତୁ । ବଢୁଥିବା ଓଜନକୁ କମାଇବାରେ ଏହା ସାହାଯ୍ୟ କରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି ।

ଆଳୁ ରସ ଖାଇଲେ ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି ମିଳିଥାଏ । ଆଳୁ ଜୁସ୍ ସେବନ ଶରୀରରେ ଥିବା ୟୁରିକ୍ ଏସିଡ୍ କେବଳ ବାହାରକୁ ବାହାରିନଥାଏ ବରଂ ଗଣ୍ଠିରେ ହେଉଥିବା ପୀଡା ମଧ୍ୟ କମିଥାଏ ।

ଅନେକ ଲୋକ ପେଟ ପୋଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ଆଳୁ ରସ ବା ଜୁସ୍ ପିଅନ୍ତୁ । ଏପରି ନିୟମିତ କଲେ ଶୀଘ୍ର ଏଥିରୁ ଆରାମ ମିଳିବ ।

ଯେଉଁ ମାନଙ୍କୁ ଏସିଡିଟିର ସମସ୍ୟା ଥାଏ ସେମାନେ ଆଳୁ ରସ ସେବନ କରି ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଅଧାକପ୍ ଆଳୁ ରସ ପିଅନ୍ତୁ ।

ଆଣ୍ଠୁ ଗଣ୍ଠି ପୀଡା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଜୁସ୍ ! potato juice

ପଢନ୍ତୁ ;

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

Related posts

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି କି? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ !

Krishna Kumar Manoj

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More