କେଶ ଝଡିବା ଓ ରୂପି ହେବା ସମସ୍ୟାକୁ ଦୂର କରିଥାଏ ଡାଳିମ୍ବ ଚୋପା! ଆସନ୍ତୁ ଜାଣିବା ଏହି ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ?

ଡାଳିମ୍ବ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଭରପୁର ହୋଇ ରହିଥାଏ। ଏହାକୁ ନିୟମିତ ଖାଇବା ଦ୍ଵାରା ଦେହରେ ରକ୍ତ ସୁଷ୍ଟି ହୋଇଥାଏ। ଡାଳିମ୍ବର ବହୁ ପ୍ରକାର ଔଷଧୀୟ ଗୁଣ ରହିଛି।

ତେବେ ଆସନ୍ତୁ ଜାଣିବା ଏଥିରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ-

  • ଆଜିକାଲି କେଶ ଝଡିବା ଓ ରୂପି ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି। କେଶକୁ ଝଡିବାରେ ମୁକ୍ତି ଦେବା ପାଇଁ ଘନ ବନାଇବା ପାଇଁ ଡାଳିମ୍ବ ପାଉଡର ଆପଣଙ୍କ ମନ ପସନ୍ଦର ତେଲ ମିଶାଇ ମୁଣ୍ଡରେ ମାଲିସ କରନ୍ତୁ। ଦୁଇ ଘଂଟା ପରେ ଧୋଇ ଦିଅନ୍ତୁ। ଧୀରେ ଧୀରେ କେଶ ଝଡିବା ଏବଂ ରୁପି ସମସ୍ୟାରୁ ମୁକ୍ତି ପାଇବେ।
  • ମହିଳାଙ୍କ ଋତୁସ୍ରାବ ସମୟରେ ଅଧିକାଂଶ ପେଟ ବ୍ୟଥା ହୋଇଥାଏ। ଏହି ସମସ୍ୟାରେ ଯଦି ଆପଣ ଡାଳିମ୍ବ ପାଉଡରକୁ ପାଣିରେ ମିଶାଇ ପେଟ ବ୍ୟଥା କମିଯାଇଥାଏ।
  • ମୁହଁର ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ଡାଳିମ୍ବ ଚୋପାକୁ ଭାଜି ଦିଅନ୍ତୁ ପରେ ତାକୁ ଥଣ୍ଡା କରି ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରକୁ ଗୋଲାପ ଜଳ ଓ କ୍ଷୀର ସହିତ ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଗଲେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହି ପ୍ୟାକକୁ ଲଗାଇଲେ ମୁଖ ଚର୍ମର କୁଂଚିତପଣକୁ ରୋକି ପାରିବେ ।
  • ଶୁଷ୍କ ତ୍ୱଚାପାଇଁ ମଧ୍ୟ ଡାଳିମ୍ବର ଚୋପା ଲାଭକାରୀ । ଅତ୍ୟଧିକ ଖରା ଓ ପରିଶ୍ରମ ଫଳରେ ଆପଣଙ୍କ ତ୍ୱଚାର ନମନିୟତା କମିଯାଇଥାଏ । ଡାଳିମ୍ବ ଚୋପରେ ଦହି ମିଶାଇ ଲଗାଇଲେ ସୁଫଳ ମିଳିଥାଏ।
  • ଯାହା ଶରୀରରେ କୋଲେଷ୍ଟରଲର ପରିମାଣ ଅଧିକ ଥାଏ । ସେମାନେ ଯଦି ଡାଳିମ୍ବ ପାଉଡରକୁ ମିଶାଇ ପିଇଲେ ସେମାନଙ୍କ କୋଲେଷ୍ଟରଲ କମିଥାଏ।

ପଢନ୍ତୁ: ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ

ଆଜିକାଲି କେଶ ଝଡିବା ଓ ରୂପି ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି। - 8.6

86%

ଶୁଷ୍କ ତ୍ୱଚାପାଇଁ ମଧ୍ୟ ଡାଳିମ୍ବର ଚୋପା ଲାଭକାରୀ । - 9.1

91%
8.9/10

Very Good!

କେଶ ଝଡିବା ଓ ରୂପି ହେବା ସମସ୍ୟାକୁ ଦୂର କରିଥାଏ ଡାଳିମ୍ବ ଚୋପା! ଆସନ୍ତୁ ଜାଣିବା ଏହି ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ?

ଡାଳିମ୍ବ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଭରପୁର ହୋଇ ରହିଥାଏ। ଏହାକୁ ନିୟମିତ ଖାଇବା ଦ୍ଵାରା ଦେହରେ ରକ୍ତ ସୁଷ୍ଟି ହୋଇଥାଏ। ଡାଳିମ୍ବର ବହୁ ପ୍ରକାର ଔଷଧୀୟ ଗୁଣ ରହିଛି।

No Votes Yet

You're not rated yet