ହନୁମାନ ଚାଳିଶା ପାଠ କରିବାର ବିଧି/ନିୟମ
୧. ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଲାଲ ରଙ୍ଗର ଧୋତି ପିନ୍ଧି ପ୍ରଭୁ ହନୁମାନଙ୍କ ପ୍ରତିମା କିମ୍ବା ଫଟୋ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ।
୨. ଯେଉଁ ଆସନରେ ବସି ପାଠ କରୁଛନ୍ତି ତାହା ସୂତାର ଆସନ ହୋଇଥିବା ଦରକାର।
୩. ହନୁମାନ ଚାଳିଶା ପାଠ ଆରମ୍ଭ କରିବା ପୂର୍ବରୁ ପ୍ରତିମା ସାମ୍ନାରେ ଶୁଦ୍ଧ ଗୁଆଘିଅର ଦୀପ ଜଳାନ୍ତୁ। ଏହାପରେ ହିଁ ପାଠ ଆରମ୍ଭ କରନ୍ତୁ। ୪. ଅତିକମ୍ରେ ୫ଥର ହନୁମାନ ଚାଳିଶା ପାଠ କରନ୍ତୁ। ୫. ସ୍ନାନ ନକରି କିମ୍ବା ଅସ୍ୱଚ୍ଛ ଅବସ୍ଥାରେ ହନୁମାସ ଚାଳିଶା ପାଠ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦୋଷ ଲାଗିଥାଏ।
ହନୁମାନ ଚାଳିଶା ପାଠ କରିବାର ଫାଇଦା
୧. ହନୁମାନ ଚାଳିଶା ପ୍ରତିଦିନ ସକାଳେ ପାଠ କଲେ ଇଚ୍ଛା ଶକ୍ତି ଜାତ ହୋଇଥାଏ। ୨.ଯାହାଫଳରେ ଆପଣ ପ୍ରତ୍ୟେକଟି ଅସୁବିଧାର ସାମ୍ନା କରିପାରିବେ। ୩. ଯେଉଁଘରେ ପ୍ର୍ରତିଦିନ ଅନୁମାନ ଚାଳିଶା ପାଠ କରାଯାଏ, ସେଠାରେ ନକରାତ୍ମକ ଶକ୍ତି ରହି ନଥାଏ। ୪. ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଧନ, ସନ୍ତାନ, ଚାକିରି, ରୋଗ ଆଦି ସମସ୍ୟା ଥିଲେ, ତାହା ଦୂର ହୋଇଯାଇଥାଏ।
ପଢନ୍ତୁ; ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ହୋଇଥାଏ? ଜାଣନ୍ତୁ