LIFESTYLE

ବ୍ୟବହାର କରନ୍ତୁ ଚାଉଳଧୁଆ ପାଣି,ମିଳିବ ଅନେକ ଫାଇଦା

rice

ସାଧାରଣତଃ ଚାଉଳ ଧୁଆ ପାଣିକୁ ବ୍ୟବହାର ନ କରି ଫିଙ୍ଗି ଦିଆଯାଏ। ମାତ୍ର ଏହି ପାଣି ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ହୋଇଛି। ଏହାକୁ ନିୟମିତ ଅଭ୍ୟାସ କରି ପିଇଲେ ଅନେକ ରୋଗରୁ ମୁକ୍ତି ମିଳେ। ଚାଉଳଧୁଆ ପାଣି ସ୍କିନ୍‌, କେଶ, ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ-

ଚାଉଳଧୁଆ ପାଣି ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଏହା ମୁହଁର ଚମକ ବଢାଇଥାଏ । ତ୍ୱଚା ସହିତ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏହି ଚେଉଳ ଧୁଆ ପାଣି

ରାତିରେ ଶୋଇବା ପୂର୍ବରୁ ଏକ କଟନ କପଡ଼ାରେ ଚାଉଳଧୁଆ ପାଣିକୁ ଆଖିର ଚାରିପାଖରେ ଲଗାଇବା ଦ୍ୱାରା ଆଖିତଳେ ପଡିଥିବା କଳାଦାଗ ଦୂର ହୋଇଥାଏ।

ଶାମ୍ପୁ କରିବା ପରେ ଚାଉଳଧୂଆ ପାଣିରେ କେଶକୁ ଧୋଇବା ଦ୍ୱାରା ଏହା କଣ୍ଡିସନର ଭଳି କାର୍ଯ୍ୟ କରେ। ଏହାଦ୍ୱାରା ରୁପି ସମସ୍ୟା ଦୂର ହୁଏ ଓ କେଶ ଶୀଘ୍ର ବଢ଼େ। ରାତିରେ ଶୋଇବା ପୂର୍ବରୁ ଏକ କଟନ କପଡ଼ାରେ ଚାଉଳଧୁଆ ପାଣିକୁ ଆଖିର ଚାରିପାଖରେ ଲଗାଇବା ଦ୍ୱାରା ଆଖିତଳେ ପଡିଥିବା କଳାଦାଗ ଦୂର ହୋଇଥାଏ।

ଚାଊଳ ଧୁଆ ପାଣି ପିଇବା ଦ୍ୱାରା ହଜମ ଶକ୍ତି ବଢ଼େ। ଦେହ ଦରଜ ହେଉଥିଲେ ଏହି ପାଣି ପିଅଲେ ବ୍ୟଥା ଦୂର ହୁଏ। ଏହା ସର୍ଦ୍ଦିରୁ ଦିଏ ମୁକ୍ତି। ଲଗାତର ବାନ୍ତି ହେଉଥିଲେ ଦିନକୁ ୨ରୁ୩ ଥର ଏକ କପ୍‌ ଚାଉଳଧୁଆ ପାଣି ପିଇଲେ ଲାଭ ମିଳେ।

ପଢନ୍ତୁ;  ଦ୍ୱିତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲେ ନ୍ୟୁଜିଲାଣ୍ଡ

Related posts

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

ENO Beuro

ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

ENO Beuro

ପାଦ ଜଳାପୋଡ଼ା ପାଇଁ ରାମବାଣ ସଦୃଶ କାମ କରିଥାଏ ମିଶ୍ରି ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

Leave a Comment