• Home
  • LIFESTYLE
  • ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର
LIFESTYLE

ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଚାଉଳପାଣି ଶରୀର ପାଇଁ ବେଶ ଲାଭଦାୟକ। ତା ସହ ଏହା ତ୍ଵଚା ପାଇଁ ମଧ୍ୟ ବହୁତ ଉପକାରୀ। ଏହା ମୁହଁର ଚମକ ବଢାଇବା ସହିତ ତ୍ୱଚା ସହିତ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଚାଉଳ ପାଣି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ।

ଆସନ୍ତୁ ଜାଣିବା ଚାଉଳ ପାଣିର ବ୍ୟବହାର ସମ୍ପର୍କରେ-

  • ଚାଉଳକୁ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ପାଣିର ରଙ୍ଗ ଧଳା ହୋଇଯିବା ପରେ ପାଣିକୁ ନିଗାଡି ମୁହଁରେ ଲଗାନ୍ତୁ।
  • ଚାଉଳ ପାଣିକୁ ସ୍କିନ୍‌ ଟୋନର ଭାବେ ବ୍ୟବହାର କରିପାରିବେ। ଏହା ତ୍ୱଚାକୁ କୋମଳ ଓ ଚମକ ପ୍ରଦାନ କରେ। ନିୟମିତ ଏହି ପାଣିରେ ମୁହଁ ସଫା କରନ୍ତୁ।
  • ଚାଉଳକୁ ପାଣିରେ ଫୁଟାନ୍ତୁ। ପାଣି ଥଣ୍ଡା ହୋଇଯିବା ପରେ ଏକ୍‌ଜିମା ହୋଇଥିବା ସ୍ଥାନରେ ଲଗାନ୍ତୁ। ଅନେକ ଫାଇଦା ମିଳିବ।
  • ଶୁଷ୍କ ତ୍ୱଚା ହୋଇଥିଲେ ନିୟମିତ ଚାଉଳ ଧୁଆ ପାଣି ଲଗାନ୍ତୁ। ତ୍ୱଚା ସହ କେଶ ପାଇଁ ମଧ୍ୟ ଚାଉଳ ପାଣି ଲାଭକାରୀ। ପତଳା କେଶ ପାଇଁ ଚିନ୍ତିତ। ତେବେ ଏହି ପାଣି କେଶରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ କେଶ ଧୁଅନ୍ତୁ। କେଶରେ ଚମକ ଆସିଯିବ।

ମୁହଁ ଓ ତ୍ୱଚାର ଚମକ ବଢାଇଥାଏ "ଚାଉଳ ପାଣି" ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର rice water

ପଢନ୍ତୁ; ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର

Related posts

ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି

Krishna Kumar Manoj

କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରେ ଏହି ତେଲ

Krishna Kumar Manoj

ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା କେତେ ଉପକାରୀ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More