VASTU

ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ!

ମନ୍ଦିରକୁ ଯିବା ସମୟରେ ସର୍ବପ୍ରଥମେ ଆମେ ଘଣ୍ଟି ବଜାଇଥାଉ। ବିଶ୍ୱାସ ରହିଛି ଘଣ୍ଟି ବଜାଇବା ଦ୍ୱାରା ଭଗବାନ ନିକଟରେ ଆମ ପ୍ରାର୍ଥନା ଶୀଘ୍ର ପହଞ୍ଚିଥାଏ। ଏହା ଏକ ଧାର୍ମିକ ଭାବନା।

ଆସନ୍ତୁ ଜାଣିବା ପୌରାଣିକ କଥା ଅନୁସାରେ ଘଣ୍ଟି ବଜାଇବାର ମହତ୍ଵ-

ପୌରାଣିକ କଥା ଅନୁସାରେ ଯେବେ ଏହି ସଂସାର ଆରମ୍ଭ ହୋଇଥିଲା ସେତେବେଳେ ଯେଉଁ ଶବ୍ଦ ଶୁଣାଯାଇଥିଲା ତାହା ଘଣ୍ଟି ବଜାଇବା ଦ୍ୱାରା ହୋଇଥିଲା। ତେଣୁ ଘଣ୍ଟିକୁ ଏହି ଶଦ୍ଧର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ।

ଏହାସହିତ ଧାର୍ମିକ ମତ ଅନୁସାରେ, ଘଣ୍ଟି ବଜାଇବା ଦ୍ୱାରା ମନ୍ଦିରରେ ସଂସ୍ଥାପିତ ଦେବୀ-ଦେବତାଙ୍କ ମୂର୍ତ୍ତିଙ୍କ ଚେତନା ଜାଗୃତ ହୋଇଥାଏ। ଏହାପରେ ତାଙ୍କ ପୂଜା ଅଧିକ ଫଳଦାୟକ ଓ ପ୍ରଭାବଶାଳୀ ହୋଇଯାଇଥାଏ।

ଏହାର ମଧ୍ୟ ବୈଜ୍ଞାନିକ କାରଣ ରହିଛି-

ବୈଜ୍ଞାନିକଙ୍କ ମତରେ ଘଣ୍ଟି ବଜାଇବା ଦ୍ୱାରା ଏକ କମ୍ପନ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ସେଠାରେ ଥିବା ଜୀବାଣୁ ପଳାଇବା ସହ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ପରିବେଶ ଶୁଦ୍ଧ ରହିଥାଏ। ଏଥିପାଇଁ ଘରର କବାଡ଼ ଓ ଝରକାରେ ଘଣ୍ଟି ବା ୱିଣ୍ଡ ଚେଇମସ୍ ଲଗାଯାଇଥାଏ। ଫଳରେ ଘରୁ ଜୀବାଣୁ ଦୂର ହୋଇଯାଇଥାଏ। ଘର ଶୁଦ୍ଧ ରହିବା ସହ ଖରାପ ଶକ୍ତି ଘରକୁ ପ୍ରବେଶ କରି ନଥାଏ।

ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ! ringging bell

ପଢନ୍ତୁ; ଖରାଦାଉରୁ ଚର୍ମ ଏବଂ କେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

ENO Beuro

ପୂଜା କରନ୍ତୁ ରାମ ସିତାଙ୍କ ଫଟୋ, ବଢିବ ସଂସାରିକ ଜୀବନରେ ସୁଖଶାନ୍ତି !

ENO Beuro

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More