ଆମେ ସମସ୍ତେ ଗୋଲାପକୁ ପ୍ରେମର ପ୍ରତୀକ କହିଥାଉ। କିନ୍ତୁ ଗୋଲାପ ଅନେକ ଔଷଧୀୟ ଗୁଣ ଭରପୁର ରହିଥାଏ। ତେବେ ଗୋଲାପର ପାଖୁଡା ଓ ଏହି ପାଖୁଡାର ପେଷ୍ଟରେ ରହିଛି କେତେକ ରୋଗସହ ଲଢିବାର କ୍ଷମତା। ଗୋଲାପ ଫୁଲରେ ଥିବା ପୌଷ୍ଟିକ ତତ୍ତ୍ୱ ମଧ୍ୟରେ ରହିଛି ଫ୍ଲେବୋନଏଡ୍, ବାୟୋଫ୍ଲେବୋନଏଡ୍, ସାଇଟ୍ରିକ୍ ଏସିଡ୍, ଫ୍ରୁକ୍ଟୋଜ୍ ବା ଫଳଶର୍କରା, ଟାନିନ୍ ଓ ଜିଙ୍କ।
ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-
- ଖରାଦିନେ ଡିହାଇଡ୍ରେସନ୍ ଦୂର କରିବାରେ ଏହା ସହାୟହୋଇଥାଏ।
- ଗୋଲାପରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷ କରି ଏହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
- ଗୋଲାପ ଦେଖିବାକୁ ଯେତିକି ସୁନ୍ଦର ଏହା ଆମ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ଏହାର ବ୍ୟବହାର ବିଷୟରେ ଜାଣି ରଖିଲେ ଆମେ ଅନେକ ଛୋଟ ଛୋଟ ରୋଗଠାରୁ ନିଜକୁ ଦୂରେଇ ରଖିପାରିବା।
- ଅର୍ଜୁନ ଛେଲି ସହ ଗୋଲାପ ପାଖୁଡାକୁ ସିଝାଇ ଅଧା କପ୍ ପିଇଲେ ହୃଦ୍ଘାତ ସମସ୍ୟା ଦୂର ହୋଇଥାଏ।
- ଗୋଲାପରେ ଭିଟାମିନ୍ ସି ଥିବାରୁ ଏହା ଆଣ୍ଠୁଗଣ୍ଠି ଦରଜ ଓ ହାଡକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ।
- ଖରାଦିନେ ଗୋଲାପ ଫୁଲର ପେଷ୍ଟ ଶରୀରରେ ଲେପନ କଲେ ଏହା ଥଣ୍ଡା ରଖିଥାଏ।
- କୋଷ୍ଠକାଠିନ୍ୟ ହୋଇଥିଲେ ଗୋଲାପ ପାଖୁଡା ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।