ଗରମ ଦିନରେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ କାରଣ ଏହା ଯେ କେବଳ ଆପଣଙ୍କ ଶରୀର ପାଇଁ ଭଲ ତା’ନୁହଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାରୁ ମଧ୍ୟ ରକ୍ଷା କରିଥାଏ । ସମସ୍ତେ ଜାଣନ୍ତି ଗରମ ଦିନରେ ବହୁତ ଶୋଷ ଲାଗେ ଏବଂ ଏଥିପାଇଁ ଆମେ ପାଣି ଠାରୁ ଆରମ୍ଭ କରି ଜୁସ, ସରବତ ଆଦିର ବ୍ୟବହାର ଅଧିକ ପାରିମାଣରେ କରିଥାଉ । ଏମିତିରେ ଛତୁଆ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ ।
ଗରମଦିନେ ଛତୁଆ ଖାଇବା ଦ୍ଵାରା କଣ କଣ ଲାଭ ମିଳିଥାଏ ,ଆସନ୍ତୁ ଜାଣିବା –
କଳା ବୁଟରେ ତିଆରି ହୋଇଥିବା ଛତୁଆ ସବୁଠାରୁ ଅଧିକ ସରବତ ରୂପେ ବ୍ୟବହାର ହୋଇଥାଏ । ପ୍ରଧାନତଃ ବିହାର, ବଙ୍ଗଳା ଓ ଉତ୍ତରପ୍ରଦେଶରେ ରହୁଥିବା ପରିବାର ଏହାର ବହୁଳ ବ୍ୟବହାର କରିଥାନ୍ତି ।
ଛତୁଆ ବଢୁୁଥିବା ଶିଶୁମାନଙ୍କ ପାଇଁ ବେଶ ଲାଭଦାୟକ ଅଟେ । ଯଦି ଛତୁଆରେ ତିଆରି ଅଟାର ସ୍ୱାଦ ୨ ଗୁଣା କରିବା ପାଇଁ ଚାହୁଛନ୍ତି ତେବେ ଆପଣ ଗୁଡର ବ୍ୟବହାର କରିପାରିବେ । ଛତୁଆରେ ଥିବା ପ୍ରୋଟିନ, ଭିଟାମିନ ଏ, କାର୍ବୋହାଇଡ୍ରେଟ ଓ ମିନେରାଲସ ଶିଶୁମାନଙ୍କ ପାଇଁ ବେଶ ଭଲ ।
କେବଳ ଯେ ଛତୁଆରେ ସରବତ ତିଆରି ହୁଏ ତା’ନୁହଁ ଛତୁଆରେ ଅନେକ ପ୍ରକାରର ବ୍ୟଞ୍ଜନ ମଧ୍ୟ ତିଆରି ହୋଇପାରିବ । ବିହାରର ପୂର୍ବାଞ୍ଚଳରେ ଛତୁଆ ଭରା ହୋଇଥିବା ପରାଠା ବେଶ ସ୍ୱାଦିଷ୍ଟ ହୋଇଥାଏ ।
ଦିନସାରା କାମ କରୁଥିବା ଶ୍ରମିକଙ୍କ ପାଇଁ ଛତୁଆ ଠାରୁ ଭଲ ଆଉ କ’ଣ ହୋଇପାରେ । ଯେଉଁଠି ଗୋଟିଏ ପଟେ ଛତୁଆ ଖାଇବାରେ ସ୍ୱାଦ ଆଣେ ଅନ୍ୟପଟେ ଛତୁଆରେ ଢେର ସାରା ପ୍ରୋଟିନ ମଧ୍ୟ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଛତୁଆ ଶସ୍ତା ହେବା ସହ ସବୁଠାରେ ଏହା ସହଜରେ ମିଳଯାଏ ।
ପଢନ୍ତୁ ;