LIFESTYLE

ଆପଣ ଜାଣନ୍ତି କି ? ଗରମ ଦିନରେ ଛତୁଆ ଖାଇବା ଶରୀରପ୍ରତି ଲାଭଦାୟକ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

By Krishna Kumar Manoj

February 06, 2018

ଗରମ ଦିନରେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ କାରଣ ଏହା ଯେ କେବଳ ଆପଣଙ୍କ ଶରୀର ପାଇଁ ଭଲ ତା’ନୁହଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାରୁ ମଧ୍ୟ ରକ୍ଷା କରିଥାଏ । ସମସ୍ତେ ଜାଣନ୍ତି ଗରମ ଦିନରେ ବହୁତ ଶୋଷ ଲାଗେ ଏବଂ ଏଥିପାଇଁ ଆମେ ପାଣି ଠାରୁ ଆରମ୍ଭ କରି ଜୁସ, ସରବତ ଆଦିର ବ୍ୟବହାର ଅଧିକ ପାରିମାଣରେ କରିଥାଉ । ଏମିତିରେ ଛତୁଆ  ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ ।

ଗରମଦିନେ ଛତୁଆ ଖାଇବା ଦ୍ଵାରା କଣ କଣ ଲାଭ ମିଳିଥାଏ ,ଆସନ୍ତୁ ଜାଣିବା –

କଳା ବୁଟରେ ତିଆରି ହୋଇଥିବା ଛତୁଆ ସବୁଠାରୁ ଅଧିକ ସରବତ ରୂପେ ବ୍ୟବହାର ହୋଇଥାଏ । ପ୍ରଧାନତଃ ବିହାର, ବଙ୍ଗଳା ଓ ଉତ୍ତରପ୍ରଦେଶରେ ରହୁଥିବା ପରିବାର ଏହାର ବହୁଳ ବ୍ୟବହାର କରିଥାନ୍ତି ।

ଛତୁଆ ବଢୁୁଥିବା ଶିଶୁମାନଙ୍କ ପାଇଁ ବେଶ ଲାଭଦାୟକ ଅଟେ । ଯଦି ଛତୁଆରେ ତିଆରି ଅଟାର ସ୍ୱାଦ ୨ ଗୁଣା କରିବା ପାଇଁ ଚାହୁଛନ୍ତି ତେବେ ଆପଣ ଗୁଡର ବ୍ୟବହାର କରିପାରିବେ । ଛତୁଆରେ ଥିବା ପ୍ରୋଟିନ, ଭିଟାମିନ ଏ, କାର୍ବୋହାଇଡ୍ରେଟ ଓ ମିନେରାଲସ ଶିଶୁମାନଙ୍କ ପାଇଁ ବେଶ ଭଲ ।

କେବଳ ଯେ ଛତୁଆରେ ସରବତ ତିଆରି ହୁଏ ତା’ନୁହଁ ଛତୁଆରେ ଅନେକ ପ୍ରକାରର ବ୍ୟଞ୍ଜନ ମଧ୍ୟ ତିଆରି ହୋଇପାରିବ । ବିହାରର ପୂର୍ବାଞ୍ଚଳରେ ଛତୁଆ ଭରା ହୋଇଥିବା ପରାଠା ବେଶ ସ୍ୱାଦିଷ୍ଟ ହୋଇଥାଏ ।

ଦିନସାରା କାମ କରୁଥିବା ଶ୍ରମିକଙ୍କ ପାଇଁ ଛତୁଆ ଠାରୁ ଭଲ ଆଉ କ’ଣ ହୋଇପାରେ । ଯେଉଁଠି ଗୋଟିଏ ପଟେ ଛତୁଆ ଖାଇବାରେ ସ୍ୱାଦ ଆଣେ ଅନ୍ୟପଟେ ଛତୁଆରେ ଢେର ସାରା ପ୍ରୋଟିନ ମଧ୍ୟ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଛତୁଆ ଶସ୍ତା ହେବା ସହ ସବୁଠାରେ ଏହା ସହଜରେ ମିଳଯାଏ ।

ପଢନ୍ତୁ ;

କେଶରେ ଚମକ ଆଣିବାକୁ ଚାହୁଛନ୍ତି କି ?ତେବେ ଆପଣାନ୍ତୁ ଏହି ଉପାୟ