LIFESTYLE

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାଁନ୍ତି ।ଏଥିପାଇଁ ଅନେକ ମହିଳା ଚିନ୍ତିତ ମଧ୍ୟ ଥାଆନ୍ତି। ତେଣୁ ଯାହା ପାଖରେ ଏହାର ଅଭାବ ରହିଛି ସେମାନେ ଏଥିପାଇଁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିବାଠାରୁ ଆରମ୍ଭ କରି ବିୟୁଟି ପାର୍ଲର ଯାଇ ଫେସିଆଲ ଏବଂ ଅନ୍ୟାନ୍ୟ ଉପାୟ ଆପଣାଇବାକୁ ପଛାଇ ନ ଥାନ୍ତି। ହେଲେ ଜାଣନ୍ତିକି, ଯଦି ଆପଣ ଘରେ ଷ୍ଟିମ୍‌ ବ୍ୟବହାର କରିବେ ତେବେ ମଧ୍ୟ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇ ପାରିବେ।

ଜାଣି ରଖନ୍ତୁ କିପରି ନେବେ ଷ୍ଟିମ୍‌-

ଯଦି ମୁହଁରେ ବ୍ଲାକ୍‌ହେଡ୍‌ସ କିମ୍ବା ହ୍ବାଇଟ୍‌ହେଡ୍‌ସ ସମସ୍ୟା ରହିଛି ତେବେ ସବୁବେଳେ ମୁହଁକୁ ସଫା ରଖନ୍ତୁ ଏବଂ କିଛି ଦିନ ସମୟ ଅନ୍ତରାଳରେ ଷ୍ଟିମ୍‌ ନିଅନ୍ତୁ। ଏଥିପାଇଁ ପ୍ରଥମେ ମୁହଁକୁ କ୍ଲିଞ୍ଜର ଲଗାଇ ଭଲଭାବେ ସଫା କରି ନିଅନ୍ତୁ। ଏକ ବଡ଼ ପାତ୍ରରେ ଫୁଟା ପାଣି ନିଅନ୍ତୁ। ମୁଣ୍ଡରେ ଟାଓ୍ବାଲ ଘୋଡାଇ ପାଣିରୁ ବାହାରୁ ଥିବା ବାମ୍ଫରେ ମୁହଁ ଦେଖାନ୍ତୁ। ଏହାଦ୍ୱାରା ତ୍ୱଚାରେ ଥିବା ପୋର୍‌ ବା ରନ୍ଧ୍ର ଖୋଲିଯିବ। କିଛି ସମୟ ଏପରି କରିବା ପରେ ଏକ ଟୁଇଜର୍‌ ସାହାଯ୍ୟରେ ଚାପି ଚାପି ବ୍ଲାକ୍‌ହେଡ୍‌ସ କିମ୍ବା ହ୍ବାଇଟ୍‌ହେଡ୍‌ସକୁ କାଢି ଦିଅନ୍ତୁ।ଏହାଦ୍ୱାରା ତ୍ୱଚା ଚିକ୍କଣ ଏବଂ ସୁନ୍ଦର ଦେଖାଯିବ।

ଷ୍ଟିମ୍‌ ନେବା ଦ୍ୱାରା ତ୍ୱଚାରେ ବ୍ରଣ ଆଦି ସମସ୍ୟା ସୃଷ୍ଟି କରୁଥିବା ଡେଡ୍‌ ସେଲ୍‌ଗୁଡିକ ନରମ ହୋଇ ସହଜରେ ବାହାରି ଆସିଥାଏ। ଯାହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ଷ୍ଟିମ୍‌ ନେବା ଦ୍ୱାରା ତ୍ୱଚାରେ ବ୍ଲଡ୍‌ ସର୍କୁଲେଶନ୍‌ ଭଲ ଭାବେ ହୋଇଥାଏ ଏବଂ ତ୍ୱଚାକୁ ଅଧିକ ପରିମାଣରେ ଅକ୍ସିଜେନ୍‌ ଏବଂ ଅନ୍ୟାନ୍ୟ ଉପାଦାନ ମିଳିଥାଏ। ଫଳରେ ତ୍ୱଚା ସୁନ୍ଦର ଏବଂ ବେଦାଗ ରହିଥାଏ।

ଆଉ ମଧ୍ୟ ଜାଣିରଖନ୍ତୁ-

ଅଧିକ ସମୟ କିମ୍ବା ଅଧିକ ତାପମାତ୍ରାରେ ଷ୍ଟିମ୍‌ ନେଲେ ଭଲ ବୋଲି ଯଦି ଭାବୁଥାନ୍ତି ତେବେ ଜାଣି ରଖନ୍ତୁ ଏହା ତ୍ୱଚାକୁ ଡ୍ରାଏ ଏବଂ ରିଙ୍କିଲ୍‌ କରି ଦେଇଥାଏ। ତେଣୁ ଘରେ ଷ୍ଟିମ୍‌ ନେଉଥିଲେ ପାଣିକୁ ଅଧିକ ଗରମ କରନ୍ତୁ ନାହିଁ। ଅର୍ଥାତ୍‌ ପାଣିକୁ ୪୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଗରମ କରନ୍ତୁ ଏବଂ ୭ରୁ ୧୦ ମିନିଟ ପର୍ଯ୍ୟନ୍ତ ଷ୍ଟିମ୍‌ ନିଅନ୍ତୁ। ମାସକୁ ଥରେ କିମ୍ବା ଅତିବେଶିରେ ଦୁଇଥର ହିଁ ଷ୍ଟିମ୍‌ ନେଇପାରିବେ। ବର୍ତ୍ତମାନ ମାର୍କେଟରେ ଏବଂ ଅନ୍‌ଲାଇନ୍‌ରେ ଫେସିଆଲ୍‌ ଷ୍ଟିମ୍‌ର ମେଶିନ ଉପଲବ୍ଧ। ଏହା ବଜେଟ୍‌ ଫ୍ରେଣ୍ଡଲୀ ହୋଇଥିବାରୁ ଏହାକୁ କିଣି ଆପଣ ପାର୍ଲର ଯିବା ପରିବର୍ତ୍ତେ ଘରେ ଅତି ସହଜରେ ଷ୍ଟିମ୍‌ ନେଇପାରିବେ।

ପଢନ୍ତୁ;

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ “ଅଲିଭ୍‌ ତେଲ”

Related posts

ନିଜ ମନ ପସନ୍ଦ ଝିଅର ଫୋନନମ୍ବର ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ସବୁ ଟିପ୍ସ 

ENO Beuro

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ଆସନ୍ତୁ ଜାଣିବା “ସୂର୍ଯ୍ୟ ନମସ୍କାର” ଶରୀରକୁ କିପରି ସୁସ୍ଥ ରଖେ ଓ ଏହାର ଉପକାରିତା

ENO Beuro

1 comment

Leave a Comment