LIFESTYLE

ଆସନ୍ତୁ ଜାଣିବା , ତେନ୍ତୁଳୀକୁ ଖାଦ୍ୟ ବ୍ୟତୀତ ଅନ୍ୟ କେଉଁ ଉପାୟରେ ବ୍ୟବହାର କରିପାରିବା

ତେନ୍ତୁଳୀ ଏକ ଖାଦ୍ୟ ପଦାର୍ଥ ହୋଇଥିଲେ ମଧ୍ୟ  ଆମ ଜୀବନରେ ବହୁ ଉପକାରରେ ଆସିଥାଏ  । ସେହିପରି ଏହାକୁ ଆମେ ଦୈନନ୍ଦିନ ଜୀବନର ଛୋଟ ଛୋଟ ଜିନିଷରେ ବ୍ୟବହାର କରିଥାଉ । ତେବେ ଆଜି ଜାଣିବା ଆସନ୍ତୁ ତେନ୍ତୁଳିକୁ ଖାଦ୍ୟ ବ୍ୟତୀତ ଅନ୍ୟ କଣ ଉପାୟରେ ବ୍ୟବହାର କରିପାରିବା;

  • କଂସା ଓ ତମ୍ବା ବାସନ ଏବଂ ଅନ୍ୟାନ୍ୟ ଜିନିଷ ସଫା କରିବା ପାଇଁ ତେନ୍ତୁଳି ବ୍ୟବହାର କରନ୍ତୁ । ସେଗୁଡିକର ଚମକ ଫେରି ଆସିବ ।
  • ନଳରେ ଲାଗିଥିବା କଳଙ୍କି ଛଡାଇବା ପାଇଁ ତେନ୍ତୁଳି ନେଇ ତାଉଫରେ ଘଷନ୍ତୁ । କଳଙ୍କି ଛାଡିଯିବ ।
  • ରୂପା ଏବଂ ପିତ୍ତଳ ଧାତୁର ମୂର୍ତ୍ତିଗୁଡିକୁ ବି ଆପଣ ତେନ୍ତୁଳି ସାହାଯ୍ୟରେ ସଫା କରିପାରିବେ ।
  • ରୋଷେଇ ଘରର ଚିମିନିରେ ସାଧାରଣତଃ ଧୂଳି ଏବଂ ତେଲ ଲାଗି ମଇଳା ହୋଇଥିଲେ  । ତେନ୍ତୁଳି ଦେଇ ସଫା କରନ୍ତୁ । ଏହା ସଫା ହୋଇଯିବ ।
  • ରୋଷେଇ ଘରର ସିଙ୍କ୍‌ କୁ ଆପଣ ତେନ୍ତୁଳି ସହ ଲୁଣ ମିଶାଇ ସଫା କରିପାରିବେ  ।
  • ଚାନ୍ଦିରେ ତିଆରି ଜିନିଷ ଗୁଡିକ କଳା ପଡିଯାଇଛଥିଲେ ଏହାକୁ ତେନ୍ତୁଳି ପାଣିରେ କିଛି ସମୟ ବୁଡାଇ ରଖନ୍ତୁ  । ତାହାପରେ ଏହାକୁ ସଫା କରନ୍ତୁ ।
  • ତେନ୍ତୁଳୀରେ ମଧ୍ୟ ଅନେକ ପ୍ରକାରର ପୋଷାକ ତତ୍ଵ ଭରପୁର ଥାଏ ,ଯେମିତି ଭିଟାମିନ ସି ଏବଂ ଭିଟାମିନ ଏ । ଏହା ଛଡା ଏଥିରେ ପୋଟାସିୟମ ,ଲୋହା ଏବଂ ଫସଫରସ ରହିଥାଏ।

ପଢନ୍ତୁ;

ଶିଳ୍ପା, ହିନାଙ୍କ ମଧ୍ୟରେ ତୁଟିନି ବିବାଦ ! ପାର୍ଟିକୁ ହିନାଙ୍କୁ କରିବେ ନାହିଁ ନିମନ୍ତ୍ରଣ : ଶିଳ୍ପା ସିନ୍ଧେ

Related posts

ଆସନ୍ତୁ ଜାଣିରଖିବା ବିଳମ୍ବରେ ସ୍ନାନ କରିବା ଦ୍ଵାରା କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ?

ENO Beuro

ସପ୍ତାହର କେଉଁ ଦିନଗୁଡିକରେ ଚୁଟି କାଟିବା ପାଇଁ ଉତ୍କୃଷ୍ଟ , ଆସନ୍ତୁ ଜାଣିବା

ENO Beuro

ଆଣ୍ଠୁ ଗଣ୍ଠି ପୀଡା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଜୁସ୍ !

ENO Beuro

1 comment

Leave a Comment