• Home
  • LIFESTYLE
  • କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ଟମାଟୋ ଜୁସ୍‌! ଜାଣନ୍ତୁ ଏହାକୁ ପ୍ରତିଦିନ ପିଇବା ଦ୍ଵାରା କଣ ଲାଭ ମିଳିଥାଏ
LIFESTYLE

କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ଟମାଟୋ ଜୁସ୍‌! ଜାଣନ୍ତୁ ଏହାକୁ ପ୍ରତିଦିନ ପିଇବା ଦ୍ଵାରା କଣ ଲାଭ ମିଳିଥାଏ

ଟମାଟୋ ତରକାରୀରେ ସ୍ଵାଦ ବଢାଇଥାଏ। ଏହାର ଅନେକ ଉପକାରିତା ର୍ରହିଛି। ସାଲାଡ଼୍‍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ତିଆରିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି। କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ ସି ରେ ଭରପୂର ଥିବା ଟମାଟୋର ଜୁସ୍‌ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଦେଖା ଯାଉଥିବା ମୋଟାପଣ, ଏସିଡ଼ିଟି ଏବଂ ଆଖିର ସମସ୍ୟା ଦୂର ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଟମାଟୋ ଜୁସ୍‌ ପିଇବା ଦ୍ୱାରା ଶରୀରର କେଉଁ କେଉଁ ସମସ୍ୟା ଦୂର ହୋଇଥାଏ-

  • ଟମାଟୋ ଜୁସ୍‌ ଶରୀରରେ ଥିବା ବିଷାକ୍ତ ପାଦାର୍ଥ ଦୂର କରୁଥିବାରୁ ତ୍ୱଚା ଚମକିବାକୁ ଲାଗିଥାଏ। ଏହା ସହ ଏଥିରେ ଥିବା ଲାଇକୋପିନ୍‌ ଅଂଶ ଶରୀରର ହାଡ଼କୁ ଶକ୍ତ କରିଥାଏ।
  • ଯକୃତର ବିଶୁଦ୍ଧୀକରଣ ପାଇଁ ଟମାଟୋ ଜୁସ୍‌ ପିଇବା ହେଉଛି ସବୁଠାରୁ ଭଲ ଉପାୟ। ଏହାକୁ ପିଇବା ଦ୍ୱାରା ଶରୀର ଏବଂ ଯକୃତରୁ ସବୁ ପ୍ରକାରର ଅଶୁଦ୍ଧ ଜିନିଷ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ।
  • ଏଥିରେ ପୋଟାସିୟମ ଏବଂ ଭିଟାମିନ୍‌ ସି ହୃଦ୍‌ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ପ୍ରତିଦିନ ଗୋଟେ ଗ୍ଲାସ୍‌ ଟମାଟୋ ଜୁସ୍‌ ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍‌ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ।
  • ଟମାଟୋ ଜୁସ୍‌ରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫଲିକ୍‌ ଏସିଡ଼୍‍, ବେଟା କେରୋଟିନ୍‌ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ କର୍କଟ ରୋଗର କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ। ପ୍ରତିଦିନ ଟମାଟୋ ଜୁସ୍‌ ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ୧୮ ପ୍ରତିଶତ କମି ଯାଇଥାଏ।

କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ଟମାଟୋ ଜୁସ୍‌! ଜାଣନ୍ତୁ ଏହାକୁ ପ୍ରତିଦିନ ପିଇବା ଦ୍ଵାରା କଣ ଲାଭ ମିଳିଥାଏ juice

ପଢନ୍ତୁ; ଟମାଟୋ ଜୁସ ପିଇବା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

Related posts

ଆପଣଙ୍କ ଘରେ ଝିିଟିପିଟି, ଅସରପା ଓ ମଶା ହେଉଛନ୍ତି କି ? ଏଥିରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ?

Krishna Kumar Manoj

ଏସିରେ ଅଧିକ ସମୟ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ?

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More