LIFESTYLE

ସ୍ଵାସ୍ଥ ପାଇଁ ବହୁତ ଲାଭପ୍ରଦ ହୋଇଥାଏ “ତ୍ରିଫଳା ଚୁର୍ଣ୍ଣ” , ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ହରିଡ଼ା, ଅଁଳା ଓ ବାହାଡ଼ାର ମିଶ୍ରଣକୁ ତ୍ରିଫଳା ଚୁର୍ଣ୍ଣ କୁହାଯାଇଥାଏ।ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଏହାର ଲାଭ ଅଧିକ ମାତ୍ରାରେ ବଢ଼ିଯାଇଥାଏ। ଶରୀର ସୁସ୍ଥ ମଧ୍ୟ ରହିଥାଏ। ଏହି ୩ଟି ଜିନିଷକୁ ଅଲଗା ଅଲଗା ଖାଇଲେ ମଧ୍ୟ ଆପଣ ଫାଇଦା ପାଇ ପାରିବେ।

ଜାଣନ୍ତୁ ତ୍ରିଫଳା ଚୁର୍ଣ୍ଣର ଫାଇଦା ସମ୍ପର୍କରେ-

  • ତ୍ରିଫଳାର ଚୁର୍ଣ୍ଣକୁ ଥଣ୍ଡା ପାଣିରେ ମଶାଇ ସେହି ପାଣିରେ କୁଳି କଲେ, ମୁଖଦୁର୍ଗନ୍ଧ ସହିତ ଅନ୍ୟାନ୍ୟ ଦାନ୍ତ ରୋଗ ମଧ୍ୟ ଦୂର ହୁଏ।
  • ଏହାବ୍ୟତୀତ ତ୍ରିଫଳା ଚୁର୍ଣ୍ଣକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଏହା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାଠାରୁ ଆରାମ ଦେଇଥାଏ।
  • ତ୍ରିଫଳା ଚୁର୍ଣ୍ଣର ଆଉ ଏକ ଉପକାରିତା ହେଲା, ଏହା ରକ୍ତରେ ଇନସୁଲିନ ତିଆରି ବଢ଼ାଇଥାଏ ଏବଂ ସୁଗାର୍‌ ଲେବୁଲକୁ ନିୟନ୍ତ୍ରିତ କରେ।
  • ଏହାସହିତ ତ୍ରିଫଳା ଚୁର୍ଣ୍ଣରେ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଫଳରେ କେଶ ଶୀଘ୍ର ଧଳା ହୁଏ ନାହିଁ କି ଚେହେରାରେ କୁଞ୍ଚନ ପଡ଼େ ନାହିଁ।
  • ପ୍ରତ୍ୟେକ ଦିନ ସକାଳୁ ଗୋଟିଏ ଗ୍ଲାସ୍‌ ପାଣିରେ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣ ଓ ଏକ ଚାମଚ ମହୁକୁ ମିଶାଇ ପିଇବା ଦ୍ୱାରା ବ୍ୟକ୍ତିର ମୋଟା ପଣ ଦୂର ହୋଇଥାଏ ।
  • ଗୋଟିଏ ମାଟି ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣକୁ ଭିଜେଇ ରଖିଦିଅନ୍ତୁ । ଏହାପରେ ଏହାକୁ ସକାଳେ ପିଇନ୍ତୁ । ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ।
  • ଏହାବ୍ୟତୀତ ଏହି ପାଣିକୁ ଛାଣି ଆଖି ଧୋଇଲେ ଜଳାପୋଡ଼ା ଦୂର ହୋଇଥାଏ ।
  • ସକାଳ ଓ ସନ୍ଧ୍ୟାରେ ଦୁଇ ଚାମଚ ତ୍ରିଫଳାଚୁର୍ଣ୍ଣକୁ ଥଣ୍ଡା ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ।

ସ୍ଵାସ୍ଥ ପାଇଁ ବହୁତ ଲାଭପ୍ରଦ ହୋଇଥାଏ “ତ୍ରିଫଳା ଚୁର୍ଣ୍ଣ” , ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ Thriphla

ପଢନ୍ତୁ;

ଜାଣନ୍ତୁ କେଉଁ ବ୍ରତ କରିବାଦ୍ଵାରା ପୂର୍ଣ ହୋଇଥାଏ ମନୋସ୍କାମନା ?

Related posts

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

ENO Beuro

ଗହଣାର ଚମକକୁ ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଲାଲ୍ ରଙ୍ଗକୁ ପ୍ରେମର ପ୍ରତୀକ କାହିଁକି କୁହାଯାଇଥାଏ ? ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More