LIFESTYLE

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ତ୍ରିଫଳା ଚୁର୍ଣ୍ଣ/ପାଣି ଏହା ହେଲା ହରିଡ଼ା, ଅଁଳା ଓ ବାହାଡ଼ାର ମିଶ୍ରଣ। କହିବାକୁ ଗଲେ ଏହି ୩ଟି ଜିନିଷକୁ ଅଲଗା ଅଲଗା ଖାଇଲେ ମଧ୍ୟ ଆପଣ ଫାଇଦା ପାଇ ପାରିବେ । ହେଲେ ହରିଡ଼ା, ଅଁଳା ଓ ବାହାଡ଼ାର ମିଶ୍ରଣକୁ ସେବନ କରିବା ଦ୍ୱାରା ଏହାର ଲାଭ ଅଧିକ ମାତ୍ରାରେ ବଢ଼ିଯାଇଥାଏ।

ଜାଣନ୍ତୁ ତ୍ରିଫଳା ପାଣିର ଉପକାରିତା ସମ୍ପର୍କରେ …….

  • ନିୟମିତ ଏହି ପାଣି ପିଇଲେ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ।
  • ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିଥାଏ। ସେହିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ରକ୍ତଚାପ, କର୍କଟ ରୋଗ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା, କଳାଦାଗ, କେଶ ବୃଦ୍ଧି ଆଦି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
  • ସକାଳ ଓ ସନ୍ଧ୍ୟାରେ ଦୁଇ ଚାମଚ ତ୍ରିଫଳାଚୁର୍ଣ୍ଣକୁ ଥଣ୍ଡା ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ।
  • ତ୍ରିଫଳାର ପାଣିରେ କୁଳି କଲେ, ମୁଖଦୁର୍ଗନ୍ଧ ସହିତ ଅନ୍ୟାନ୍ୟ ଦାନ୍ତ ରୋଗ ମଧ୍ୟ ଦୂର ହୁଏ ।
  • ଏହାବ୍ୟତୀତ ତ୍ରିଫଳା ପାଣିକୁ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ଏହା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାଠାରୁ ଆରାମ ଦେଇଥାଏ।
  • ତ୍ରିଫଳା ପାଣିର ଆଉ ଏକ ଉପକାରିତା ହେଲା, ଏହା ରକ୍ତରେ ଇନସୁଲିନ ତିଆରି ବଢ଼ାଇଥାଏ ଏବଂ ସୁଗାର୍‌ ଲେବୁଲକୁ ନିୟନ୍ତ୍ରିତ କରେ।

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ trifala

ପଢନ୍ତୁ; ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଲେମ୍ବୁ ପାଣି, ମିଳିବ ଅନେକ ଫାଇଦା

Related posts

ଆସନ୍ତୁ ଜାଣିବା, ଶୀତଦିନେ ଓଠର ଯତ୍ନ କିପରି ନେବା ?

ENO Beuro

ଜନ୍ମତାରିଖ ଅନୁସାରେ ଜାଣନ୍ତୁ ଝିଅ ମାନଙ୍କ ଭାଗ୍ୟ ସମ୍ପର୍କରେ?

ENO Beuro

ବିବାହର ପ୍ରଥମ ରାତିରେ ଜୀବନ ସାଥି ସହ କ’ଣ କଥା ହେବା ଉଚିତ ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More