LIFESTYLE

ଆସନ୍ତୁ ଜାଣିବା ହଳଦୀ ତେଲର ଉପକାରିତା ସମ୍ପର୍କରେ

tumeric

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ତଥା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ । ଜାଣନ୍ତୁ ହଳଦୀ ତେଲ ଶରୀରର କେଉଁ କେଉଁ ସମସ୍ୟା ଦୂର କରିଥାଏ

ହୃଦ୍‌ରୋଗୀଙ୍କ ପାଇଁ ହଳଦୀ ତେଲ ଖୁବ୍‌ ଉପକାରୀ। ଏହି ତେଲରେ ରୋଷେଇ କରି ଖାଇଲେ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ହୋଇଥାଏ। ଏହା ଫଳରେ ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ୍ ହୋଇଯାଏ।

tumeric

ଦାନ୍ତ ମାଢ଼ି ଦରଜ ହେଉଥିଲେ ସଙ୍ଗେ ସଙ୍ଗେ ଟୁଥ୍ ପେଷ୍ଟରେ କିଛି ହଳଦୀ ତେଲ ମିଶାଇ ୨ ମିନିଟ୍ ଯାଏ ଭଲରେ ଘଷନ୍ତୁ। ଦେଖିବେ, କିଛି ସମୟ ପରେ ମାଢ଼ି ଦରଜ ଆପେ ଆପେ ଦୂର ହୋଇଯିବ।

ହଳଦୀ ତେଲ ଅବସାଦ କମ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି କୌଣସି ସମୟରେ ମନ ବିଚଳିତ ହେଉଛି ବା ମନ ଭଲ ଲାଗୁ ନାହିଁ, ତେବେ ହଳଦୀ ତେଲକୁ ହାତରେ ନେଇ ଶରୀରରେ ମାଲିସ କରନ୍ତୁ । ଏହାର ସୁଗନ୍ଧ ଅବସାଦ ଏବଂ ମନ ବିଚଳିତ ହେବା ସମସ୍ୟାକୁ ଦୂର କରିଥାଏ ।

ହଳଦୀ ତେଲରେ ଆଣ୍ଟିଇନ୍‌ଫ୍ଲାମେଟୋରି ଗୁଣ ରହିଥାଏ । ଆଣ୍ଠୁ ଗଣ୍ଠି ବା ଶରୀରର ମାଂସପେଶୀ ବିନ୍ଧା ହେଉଥିଲେ ହଳଦୀ ତେଲକୁ ମାଲିସ କରନ୍ତୁ । ଫରକ୍‌ ଜାଣି ପାରିବେ ।

ପଢନ୍ତୁ; ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

Related posts

ଆପଣ ଜାଣିଛନ୍ତି କି? ୬ ଘଂଟା ପର୍ଯ୍ୟନ୍ତ ଠିଆ ହେବା ଦ୍ୱାରା ହ୍ରାସ ପାଇଥାଏ “ଓଜନ” , ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଭାବୀ ପତ୍ନୀ କେମିତି ହୋଇଥିବେ ଆସନ୍ତୁ ଜାଣିବା

ENO Beuro

ଗଙ୍ଗଶିଉଳି ଫୁଲର ରସକୁ ସେବନ କରିବା ଦ୍ୱାରା ମିଳିଥାଏ ଅନେକ ରୋଗରୁ ମୁକ୍ତି ! ଜାଣନ୍ତୁ

ENO Beuro

Leave a Comment