LIFESTYLE

ହଳଦୀର ବ୍ୟବହାର ରୁ ଆପଣ ପାଇ ପାରିବେ ଏହି ସବୁ ଫାଇଦା ; ଆସନ୍ତୁ ଜାଣିବା

ହଳଦୀ କେବଳ କୀଟାଣୁନାଶକ ତାହା ନୁହେଁ ବରଂ ଏହା ପ୍ରଜ୍ଵଳନରୁ ମଧ୍ୟ ରକ୍ଷା କରେ | ଏହା ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ | ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ତ୍ଵଚା ପାଇଁ ହଳଦୀର ଉପକାରୀତା ରହିଛି ,ଆସନ୍ତୁ ଜାଣିବା ସେ ସମ୍ପର୍କ ରେ –

ହଳଦୀ ତ୍ଵଚା ପାଇଁ ବହୁତ ଉପକାରୀ ଏବଂ ଅଧିକାଂଶ ବିଉଟି ପ୍ରଡକ୍ଟ ରେ ବ୍ୟବହାର ହୁଏ |
ହଳଦୀ ଚର୍ମ ପ୍ରଦାହ ଓ କଳା ଦାଗ ପାଇଁ ବହୁତ ଦରକାରୀ |
ଯେତେବେଳେ ଅନ୍ୟ ଚେରମୂଳି ସହ ଏହାକୁ ବ୍ୟବହାର କରାଯାଏ, ଏହାର ଔଷଧୀୟ ଗୁଣ ବ୍ରଣ କମ୍ କରିବାରେ ସହଜା କରେ |
ହଳଦୀ ଶୁଷ୍କ ଚର୍ମକୁ ବାହାର କରି ଏହାର ନିବାରଣ କରେ | ଫଳରେ ଆପଣ ଯୁବକ ଦେଖାଯାନ୍ତି |
ହଳଦୀ ଖାଇବା ଦ୍ଵାରା ରକ୍ତ ପରିଷ୍କାର ହୁଏ ଓ ତ୍ଵଚାକୁ ପୋଷଣ ମିଳେ |

ବିଭିନ୍ନ ଚେରମୁଳି ଉପାଦାନ ସହ ବ୍ୟବହାର କରାଯାଇ ବିନା କୌଣସି ପାର୍ଶ୍ଵ ପ୍ରତିକ୍ରିୟାରେ ଏକ ସୁନ୍ଦର ଓ କୋମଳ ତ୍ଵଚା ପାଇ ପାରିବେ |

ହଳଦୀ ବ୍ୟବହାରରେ ଘରୋଇ ଉପଚାର-

ରାତିରେ ଫେସ ପ୍ୟାକ ପାଇଁ ହଳଦୀ-

ହଳଦୀ ଗୁଣ୍ଡ ସହ କ୍ଷୀର ମିଶାଇ ପେଷ୍ଟ୍ ତିଆରି କରନ୍ତୁ |
ଏହାକୁ ମୁହଁ ଓ ବେକରେ ଲଗାଇ ରାତି ସାରା ଛାଡି ଦିଅନ୍ତୁ |
ସକାଳୁ ମୁହଁ ଧୋଇ ଦିଅନ୍ତୁ |
ଏକ ସୁନ୍ଦର , ଗୋରା ଏବଂ କୋମଳ ତ୍ଵଚା ପାଇଁ ସପ୍ତାହରେ ୨ ଥର କରନ୍ତୁ |

ଗାଧୋଇବା ପୂର୍ବରୁ-

ହଳଦୀ ଗୁଣ୍ଡ , ବେସନ ଓ ପାଣି ମିଶାଇ ମିଶ୍ରଣ ତିଆରି କରନ୍ତୁ |
ଗାଧୋଇବା ପୂର୍ବରୁ ଏହାକୁ ଶରୀର ସାରା ଲଗାନ୍ତୁ |
ନିୟମିତ ବ୍ୟବହାର ଦ୍ଵାରା ଏକ ସୁସ୍ଥ,କୋମଳ,ନମ୍ର ତ୍ଵଚା ପାଇ ପାରିବେ |

 ବ୍ରଣ ପାଇଁ ହଳଦୀ-

ହଳଦୀ ଗୁଣ୍ଡ,ଚନ୍ଦନ କାଠ ଗୁଣ୍ଡ , କିଛି ପରିମାଣରେ ଲେମ୍ବୁ ରସ ଓ ପାଣି ନେଇ ପେଷ୍ଟ୍ ତିଆରି କରନ୍ତୁ |
ଏହାକୁ ମୁହଁରେ କିଛି ସମୟ ପାଇଁ ଲଗାନ୍ତୁ ଓ ଧୋଇ ଦିଅନ୍ତୁ |
ଭଲ ପରିଣାମ ପାଇଁ ନିୟମିତ ବ୍ୟବହାର କରନ୍ତୁ |

ବାହାର ସୂର୍ଯ୍ୟ କିରଣରୁ ଆସିବା ପରେ-

ସମାନ ପରିମାଣର ହଳଦୀ ଗୁଣ୍ଡ ଓ ଚାଉଳ ଗୁଣ୍ଡ ନେଇ ସେଥିରେ ଟମାଟୋ ଓ କ୍ଷୀର ମିଶାଇ ପେଷ୍ଟ୍ ତିଆରି କରନ୍ତୁ ଏବଂ ମୁହଁରେ ଓ ବେକରେ ଲଗାନ୍ତୁ |
ଏହାକୁ ଅଧଘଣ୍ଟା ଛାଡି ଦିଅନ୍ତୁ |
ଏହା ପରେ ନଖ ଉଷୁମ ପାଣିରେ ମୁହଁ ଓ ବେକ ଧୋଇ ଦିଅନ୍ତୁ |
ଖରାଦିନ ପାଇଁ ଏହା ଅତ୍ୟନ୍ତ ଉପକାରୀ | ଅଧିକ ଭଲ ଫଳ ପାଇବା ପାଇଁ ସପ୍ତାହକୁ ୨ ଥର ଲଗାଇଲେ ଭଲ |

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା

Related posts

ବିଭାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

କେଉଁ କାରଣରୁ ପ୍ରେମସମ୍ପର୍କ କମ ସମୟ ଚାଲିଥାଏ ! ଜାଣନ୍ତୁ

ENO Beuro

ଆପଣଙ୍କ ଭାବି ଜୀବନସାଥୀଙ୍କ ନାମ ‘B’ ରୁ ଆରମ୍ଭ କି ? ଜାଣନ୍ତୁ ତାଙ୍କ ସ୍ଵଭାବ କେମିତି କିପରି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More