LIFESTYLE

ଚା’ ଛାଣି ସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି? ଏହି ପତିକୁ ଅନେକ କାମରେ ବ୍ୟବହାର କରିପାରିବେ ! ଜାଣନ୍ତୁ

ଚା’କରିସାରିବା ପରେ ଯେଉଁ ପତି ରହିଯାଇଥାଏ ସେଥିରେ ବହୁତ ଉପକାରୀ ଗୁଣ ରହିଛି। ଅନେକ ଲୋକ ଚା’ କରିସାରି ସେହି ପତିକୁ ଫିଙ୍ଗି ଦିଅନ୍ତି। ଏହା ଏକ ମୁର୍ଖାମି ଅଟେ। ଏହି ଚା’ରେ ବ୍ୟବହାର କରାଯାଇଥିବା ପତି ଅନେକ କାମରେ ଲାଗିଥାଏ।

ଜାଣିରଖନ୍ତୁ ଚା’ କରିସାରିବା ପରେ ସେହି ପତିକୁ କେଉଁ କେଉଁ କମରେ ଲଗେଇପାରିବା-

  • ଦର୍ପଣ ଏବଂ କାଠର ଜିନିଷ ଅଳିଆ ହୋଇଯାଇଥିଲେ ଏହାକୁ ସଫା କରିବା ଲାଗି ବ୍ୟବହୃତ ଚା’ପତି ଭଲ କାମରେ ଆସିଥାଏ। ଚା’ପତିକୁ ପୁଣି ଫୁଟାଇ ସେହି ପାଣିକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ। ଏହାକୁ ଫର୍ଣ୍ଣିଚର ସଫା କରିବାରେ ବ୍ୟବହାର କଲେ ଫର୍ଣ୍ଣିଚରର ଚମକ ଆସିଥାଏ।
  • ଚା’ ପତି ପାଣି ଏକ ଉତ୍ତମ କଣ୍ଡିଶନର ଭଳି କାମ କରିଥାଏ। ଚା’ ତିଆରି ସରିବା ପରେ ପତିକୁ ଧୋଇ ପାଣିରେ ଫୁଟାନ୍ତୁ । ଏହି ପାଣିକୁ ଥଣ୍ଡା କରି ଏଥିରେ କେଶ ଧୋଇଲେ କେଶ ଚମକ ଆସିବା ସହ ମୁଲାୟମ ହୋଇଥାଏ ।
  • ଚା’ ହୋଇ ସାରିବା ପରେ ଏହି ପତିକୁ ଧୋଇ ଶୁଖେଇ ଦିଅନ୍ତୁ । କାବୁଲି ବୁଟ ସିଝାଇବା ବେଳେ ଏକ କପଡାରେ ଏହି ପତିକୁ ବାନ୍ଧି ସେଥିରେ ପକାଇ ଦିଅନ୍ତୁ । ଏହା ଦ୍ୱାରା ତରକାରିର ରଙ୍ଗ ସୁନ୍ଦର ହୋଇଥାଏ।
  • ବ୍ୟବହାର କରିଥିବା ଚା’ ପତି ନଫିଙ୍ଗି ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଗଛ ମୂଳେ ଏହି ଚା’ପତିକୁ ଦିଅନ୍ତୁ । ଗଛର ଖାଦ୍ୟ ଭାବରେ କାମ କରିଥାଏ ଏହି ପତି।
  • ଚା’ ଛାଣି ସାରିବା ପର ପତିକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଯେପରି ସେଥିରୁ ମିଠା ଅଂଶ ସଂପୂର୍ଣ୍ଣ ରୂପେ ବାହାରି ଯିବ । ଚା’ ପତିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମହଜୁତ ରହିଥାଏ । ଶରୀରରେ ହୋଇଥିବା ଖଣ୍ଡିଆ ବା କ୍ଷତ ସ୍ଥାନରେ ଏହାର ପ୍ରଲେପ ଦେଲେ କ୍ଷତାକ୍ତ ଅଂଶ ଜଲଦି ଶୁଖି ଯାଇଥାଏ । ଏହି ପତିକୁ ପୁଣି ପାଣିରେ ଫୁଟାଇ ସେହି ପାଣିରେ କ୍ଷତ ସ୍ଥାନ ଧୋଇଲେ ଲାଭଦାୟକ ହୋଇଥାଏ।

ପଢନ୍ତୁ;

ଚର୍ମରୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିଥାଏ ଚାଉଳ

Related posts

ଶୀତଦିନେ ଖାଆନ୍ତୁ ମାଛ, ମିଳିବ ଅନେକ ଫାଇଦା

ENO Beuro

ମେଡିସିନ ଖାଇବା ସମୟରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ,ନଚେତ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

ଡାଲି ଖାଇବା ଦ୍ଵାରା ଆମକୁ କି ଲାଭ ମିଳେ ଆସନ୍ତୁ ଜାଣିବା

ENO Beuro

Leave a Comment