LIFESTYLE

“ଚଟଣି” ଖାଦ୍ୟରେ ସ୍ଵାଦ ବଦଳାଇ ସହ ଏହା ଶରୀର ପାଇଁ ମଧ୍ୟ ହିତକର ! ଜାଣନ୍ତୁ ଏହା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ

ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଚଟଣିକୁ ଖାଦ୍ୟରେ ସାମିଲ କରିଥାଉ। ଏହା ପାଟିକୁ ସ୍ଵାଦିଷ୍ଠୀ ଲାଗିଥାଏ। ତାହାସହ ଏହା ଆମ ଶରୀର ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ।

ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ଚଟଣି ସାମିଲ କଲେ, କଣ ଲାଭ ମିଳିଥାଏ?

  • ଟମାଟୋ ଚଟଣି: ଟମାଟୋରେ ଭିଟାମିନ୍‌ ଓ ଗ୍ଲୁଟାଥାଇନ୍‌ ଭରପୂର ଥିବା ବେଳେ ଏହା ଖାଦ୍ୟର ସ୍ଵାଦ ବଢାଇବାରେ ସହାୟକ ହୋଇଥାଏ। ଟମାଟୋ ଚଟଣିକୁ ନିୟମିତ ଖାଦ୍ୟରେ ସାମିଲ କଲେ ଏହା ଚେହେରାରେ ଚମକ ଆଣିଥାଏ। କ୍ୟାନସର ଠାରୁ ଦୂରେଇ ରଖିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟକ୍ତିକୁ ସୁସ୍ଥ ଓ ଦୀର୍ଘଜୀବୀ ରଖିବାରେ ସହାୟକ ହୋଇଥାଏ।

  • ର୍ଭୁସୁଙ୍ଗ ପତ୍ର ଚଟଣି: ଏହା ଆଇରନ୍‌ ଓ ଫଲିକ୍‌ ଏସିଡ୍‌ର ଏକ ମୁଖ୍ୟ ସ୍ରୋତ ବୋଲି କୁହାଯାଏ। ରକ୍ତହୀନତାରୁ ଦୂରେଇ ରହିବା ପାଇଁ ର୍ଭୁସୁଙ୍ଗ ପତ୍ର ଚଟଣି ଏକ ମାତ୍ର ପ୍ରାକୃତିକ ମାଧ୍ୟମ ବୋଲି କୁହାଯାଏ।
  • ଧନିଆ ପତ୍ର ଚଟଣି: ଧନିଆ ପତ୍ର ଖାଦ୍ୟରେ ସାମିଲ କଲେ ଏହା ଖାଦ୍ୟର  ସ୍ଵାଦକୁ ବଢାଇ ଦେଇଥାଏ। ତେବେ ଏହାର ଚଟଣି ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ଭିଟାମିନ୍‌-ସି ଓ ଭିଟାମିନ୍‌-କେ ଭରପୂର ଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ। ଧନିଆ ପତ୍ର ଚଟଣି ନିୟମିତ ଖାଇଲେ ଶରୀରରେ ଇନସୁଲିନ୍‌ କ୍ଷରଣ ହେବା ସହ ସୁଗାର୍‌ ଲେଭଲ୍‌ କମ୍‌ ହୋଇଥାଏ।

  • ପୁଦିନା ଚଟଣି: ଏହି ଚଟଣି ଖାଇବା ଫଳରେ ହଜମ ଶକ୍ତି ବୃଦ୍ଧି ହୋଇଥାଏ। ପେଟରେ ଚର୍ବି ଜମା ହେବାକୁ ଦେଇ ନ ଥାଏ ଓ ପାକସ୍ଥଳୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କଲେ ଆପଣଙ୍କୁ ଭଲ ଭୋକ ଲାଗିବା ସହ ବାନ୍ତି ଭଳି ସମସ୍ୟା ଥିଲେ ଏହା ଭଲ କାମ ଦେଇଥାଏ।

  • ପିଆଜ ଓ ରସୁଣ ଚଟଣି: ଏହା ମୁଖ୍ୟତଃ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବା ସହ ଅର୍ଶ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହୋଇଥାଏ। ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗାଲ ଗୁଣ ଥିବାରୁ ଏହା ଶରୀରରେ ଚର୍ବି ବଢିବାକୁ ଦେଇ ନ ଥାଏ।

 

ପଢନ୍ତୁ;

ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା

Related posts

ଆପଣ ଜାଣିଛନ୍ତି କି? ଲାଲ ଲଙ୍କା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ENO Beuro

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

Ratnamani Moharana

1 comment

Leave a Comment