ହିନ୍ଦୁ ଧର୍ମରେ ବିବାହ ପରେ ନାରୀ ମାନଙ୍କ ପାଇଁ ସିନ୍ଦୁର ଯେତିକି ଗୁରୁତ୍ଵପୂର୍ଣ ମଙ୍ଗଳସୂତ୍ର ମଧ୍ୟ ସେତିକି ଗୁରୁତ୍ଵପୂର୍ଣ। ହିନ୍ଦୁ ଧର୍ମ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମଙ୍ଗଳସୂତ୍ରକୁ ଶୁଭ ବୋଲି କୁହାଯାଇଥାଏ। ବିବାହିତ ସ୍ତ୍ରୀଙ୍କ ପାଇଁ ତାଙ୍କ ମଙ୍ଗଳସୂତ୍ର ଖୁବ ମୂଲ୍ୟବାନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀ ଲୋକମାନଙ୍କୁ ମଙ୍ଗଳସୂତ୍ର ପିନ୍ଧିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।
ଆସନ୍ତୁ ଜାଣିବା ସେ ସମ୍ପର୍କରେ-
- ବିବାହିତ ସ୍ତ୍ରୀଙ୍କ ପାଇଁ ସିନ୍ଦୁର ଯେତିକି ଗୁରୁତ୍ୱପୂର୍ଣ୍ଣ ମଙ୍ଗଳସୂତ୍ର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ତାଙ୍କ ସ୍ଵାମିଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ।ମଙ୍ଗଳସୂତ୍ରରେ ଥିବା କଳା ମୋତି ଖରାପ ନଜରରୁ ରକ୍ଷା କରିଥାଏ।
- ମଙ୍ଗଳସୂତ୍ରରେ ସୁନା ରହିବା ଆବଶ୍ୟକ ଅଛି। କାରଣ ଏହା ଜୀବନକୁ ସୁଖମୟ କରିଥାଏ।
- ବିବାହିତ ସ୍ତ୍ରୀ ଗଳାରୁ ମଙ୍ଗଳସୂତ୍ର ବାହାର କରିବା ଅନୁଚିତ। କିନ୍ତୁ ଯଦି କୌଣସି କାରଣରୁ ବାହାର କରିବାକୁ ପଡ଼େ ତେବେ ଭଳାରେ କଳା ସୂତା ବାନ୍ଧିବା ଅନିର୍ବାଯ୍ୟ।
- ଜଣେ ଅନ୍ୟ ଜଣଙ୍କର ମଙ୍ଗଳସୂତ୍ର ଧାରଣ କରିବା ଅନୁଚିତ। ଏଭଳି କରିବା ଦ୍ୱାରା ସେହି ସ୍ତ୍ରୀର ପତିର ଆୟୁଷ ହାନୀ ହୋଇଥାଏ।
ପଢନ୍ତୁ; ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?