VASTU

ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

ଅଧିକାଂଶ ମହିଳା ଚୁଡି ବା ଶଙ୍ଖା ନିଶ୍ଚୟ ପିନ୍ଧିଥାନ୍ତି । ସାଧାରଣତଃ ଏହି ବିଷୟରେ ଏହା ମାନ୍ୟତା ରହିଛି ଯେ ଚୁଡି ବା ଶଙ୍ଖା ବିହାହିତ ନାରୀଙ୍କ ପ୍ରତୀକ ,ସେଥିପାଇଁ ତାକୁ ପରିଧାନ କରାଯାଇଥାଏ । ଯେତେବେଳେକି ପ୍ରତ୍ୟେକ ପରମ୍ପରା ପଛରେ କିଛି ନା କିଛି କାରଣ ରହିଥାଏ । ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ ଅନେକ ଲାଭ ହୋଇଥାଏ । ଜାଣନ୍ତୁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ କଣ କଣ ଲାଭ ହୋଇଥାଏ;-

ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ସୁନା ଓ ରୂପା ର ସ୍ପର୍ଶ୍ୱ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ସୁନାରୁପାର ଘର୍ଷଣ ଦ୍ୱାରା ଶରୀରକୁ ଏହାର ଶକ୍ତିଶାଳୀ ତତ୍ତ୍ୱ ପ୍ରାପ୍ତ ହୋଇଥାଏ। ଯାହାଦ୍ୱାରା ମହିଳାଙ୍କ ଶରୀରକୁ ଲାଭ ମିଳିଥାଏ  ଓ ସେମାନେ ଅଧିକ ବର୍ଷ ପର୍ୟ୍ୟନ୍ତ ସୁସ୍ଥ ରହିଥାନ୍ତି।

ଶାରୀରିକ ଭାବେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ କୋମଳ ହୋଇଥାନ୍ତି। ମହିଳାମନାଙ୍କ ଶରୀରର ହାଡ ନରମ ହୋଇଥାଏ । ଚୁଡି ପିନ୍ଧିବା ଦ୍ୱାରା ମହିଳାମାନଙ୍କୁ ଶାରୀରିକ ଭାବେ ଶକ୍ତି ପ୍ରଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ। ମହିଳାମାନେ ସାଧାରଣତଃ ସୁନା ବା ରୂପାର ଚୁଡି ପିନ୍ଧିଥାନ୍ତି। ସୁନା ବା ରୂପା ବାରମ୍ବାର ଶରୀରର ସମ୍ପର୍କରେ ରହିବା ଦ୍ୱାରା ଏହି ଧାତୁର ଗୁଣ ଶରୀରକୁ ମିଳୁଥାଏ।

ମାନ୍ୟତା ରହିଛି ଯେ, ମହିଳା ଗୃହ କାର୍ୟ୍ୟ କରିବା ସମୟରେ ଚୁଡିର ଶବ୍ଦ ଦ୍ୱାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ ଓ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଆହୁରି ମଧ୍ୟ ମାନ୍ୟତା ରହିଛି ଯେ ବିବାହିତା ମହିଳା ଚୁଡି ପିନ୍ଧିବା ଦ୍ୱାରା ତାଙ୍କ ସ୍ୱାମୀଙ୍କ ଆୟୁରେ ବୃଦ୍ଧି ହୋଇଥାଏ  ।ଏହି କାରମରୁ ବିବାହିତା ମହିଳାଙ୍କ ପାଇଁ ଶଙ୍ଖା ପିନ୍ଧିବା ଅନିବାର୍ୟ୍ୟ ଅଟେ।

ପଢନ୍ତୁ;ଜୋତିଷ୍ୟଶାସ୍ତ୍ର ଅନୁସାରେ ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!

ENO Beuro

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

ENO Beuro

ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More