• Home
  • ASTRO
  • VASTU
  • ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ
VASTU

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ

ସୂର୍ଯ୍ୟ ସକଳ ଶକ୍ତିର ଆଧାର । ସବୁକୁ ନିୟନ୍ତ୍ରଣ କରିଥାନ୍ତି । ଆମର ସଂସ୍କୃତି ଓ ପରମ୍ପରାରେ ସୂର୍ଯ୍ୟ ପୂଜାର ମାହାତ୍ମ ରହିଛି। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟର ସ୍ଥିତି ଖରାପ ରହିଥାଏ,ସେଥିପାଇଁ ଆପଣ ପ୍ରତିଦିନ ସୂର୍ଯ୍ୟଙ୍କୁ ପାଣି ଢାଲିବା ଉଚିତ। ଯଦି ଆପଣ ପ୍ରତିଦିନସକାଳୁ କିଛିନଖାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ।ଏହାଦ୍ବାରା ମନ ମଧ୍ୟ ଶାନ୍ତ ରହିଥାଏ।

ବର୍ଷକ ବାର ମାସ ଅନୁଯାୟୀ ସୂର୍ଯ୍ୟଙ୍କୁ କେଉଁ ମନ୍ତ୍ରରେ ପୂଜା କରି ଜଳ ଅର୍ପଣ କଲେ କଣ ଫଳ ମିଳେ ଜାଣନ୍ତୁ-

  • ବୈଶାଖ : ଏହି ମାସରେ ସୂର୍ଯ୍ୟଙ୍କୁ ‘ଓଁ ତପନାଥାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟ ପ୍ରଦାନ କଲେ ଜୀବନରେ ସୁଖ ସମୃଦ୍ଧି ବଢେ।
  • ଜ୍ୟେଷ୍ଠ : ଏହି ମାସରେ ସୂର୍ଯ୍ୟଙ୍କୁ ‘ଓଁ ମିତ୍ରାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଶକ୍ତି ବୃଦ୍ଧି ହେବା ସହ କୁଷ୍ଠ ରୋଗରୁ ମୁକ୍ତି ମିଳେ।
  • ଆଷାଢ : ମାସରେ ସୂର୍ଯ୍ୟଙ୍କୁ ‘ ଓଁ ରବୟେ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟଦାନ କଲେ ଦାରିଦ୍ର୍ୟ ଦୂର ହୁଏ।
  • ଶ୍ରାବଣ : ମାସରେ ସୂର୍ଯ୍ୟଙ୍କୁ ‘ ଓଁ ଇନ୍ଦ୍ରାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟପ୍ରଦାନ କଲେଐଶ୍ୱର୍ଯ୍ୟ ଓ ବିଦ୍ୟାପ୍ରାପ୍ତି ହୁଏ।
  • ଭାଦ୍ରବ : ଭାଦ୍ରବ ମାସରେ ସୂର୍ଯ୍ୟଙ୍କୁ ‘ ଓଁ କ୍ଷମାୟ ନମଃ’ ମନ୍ତ୍ରରେ ଅର୍ଘ୍ୟ ଦେଇ ପୂଜାର୍ଚ୍ଚନା କଲେ ଶରୀର ସୁସ୍ଥ ରହେ।
  • ଆଶ୍ୱିନ : ଏହି ମାସରେ ସୂର୍ଯ୍ୟଙ୍କୁ ‘ ଓଁ ବସୁପ୍ରଦାୟ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଗ୍ରହ ପୀଡା ଦୂର ହୁଏ । ଧନ ଓ ଯଶ ବଢେ।
  • କାର୍ତ୍ତିକ : ମାସରେ ସୂର୍ଯ୍ୟଙ୍କୁ ‘ଓଁ ଅରୁଣାୟ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଶରୀର ଆରୋଗ୍ୟ ହୁଏ । ଯଶ ଓ ଜ୍ଞାନ ବୃଦ୍ଧି ଘଟେ।
  • ମାର୍ଗଶୀର : ଏହି ମାସରେ ସୂର୍ଯ୍ୟଙ୍କୁ ‘ଓଁ ସୂର୍ଯ୍ୟାୟ ନମଃ ’ ‘ ଓଁ ଦିବାକରାୟ ନମଃ’ ‘ ଓଁ ଭାସ୍କରାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଗ୍ରହରିଷ୍ଟ ଖଣ୍ଡନ ହୁଏ।
  • ପୈାଷ : ମାସରେ ସୂର୍ଯ୍ୟଙ୍କୁ ‘ଓଁ ବିଷ୍ଣବେ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଧର୍ମ ,ଶ୍ରୀ ,ଜ୍ଞାନ ,ଯଶ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ।
  • ମାଘ : ମାସରେ ସୂର୍ଯ୍ୟଙ୍କୁ ‘ତ୍ୱଷ୍ଟାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ମନୋକାମନା ପୂର୍ଣ୍ଣ ହୁଏ ଓ ସଂଯମତା ବୃଦ୍ଧି ହୁଏ।
  • ଫାଲଗୁନ : ମାସରେ ସୂର୍ଯ୍ୟଙ୍କୁ ‘ଓଁ ଆଦିତ୍ୟାୟ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଶରୀର ସୁସ୍ଥ ରହେ । ଗ୍ରହପୀଡା ଖଣ୍ଡନ ହୁଏ।
  • ଚୈତ୍ର : ଚୈତ୍ର ମାସରେ ସୂର୍ଯ୍ୟଙ୍କୁ ‘ଓଁ ଭାନବେ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟ ଦେଲେ ଗ୍ରହରିଷ୍ଟ ଖଣ୍ଡନ ହୁଏ।

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ sun

ପଢନ୍ତୁ ;

ପ୍ରତିଦିନ କଳାଲୁଣର ସେବନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ହିନ୍ଦୁଧର୍ମରେ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

Krishna Kumar Manoj

ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

Krishna Kumar Manoj

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More