• Home
  • LIFESTYLE
  • ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ
LIFESTYLE

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

ବେଲପତ୍ର ବିନା ଶିବଙ୍କ ପୂଜା ଅଧୁରା । ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଣିଷ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିଯାଇଥାଏ । ପୂଜା ବ୍ୟତୀତ ଆପଣ ବେଲପତ୍ରକୁ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏହା ଶୁଷ୍କ ତ୍ୱଚାର ଚମକ ଆଣିବା ପାଇଁ ଖୁବ ଉପଯୋଗୀ । ବେଲପତ୍ରର ଅନେକ ଫାଇଦା ଅଛି । ତେବେ ଆପଣ ଜାଣିଛନ୍ତି କି କେଶ ଓ ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ବେଲ ପତ୍ରକୁ ବ୍ୟବହାର କରି ପାରିବେ ।

ପତ୍ରରେ ଅଛି ଭରପୁର ଔଷଧୀୟ ଗୁଣ

ତ୍ୱଚାର ଚମକପଣ ଆଣିବା ପାଇଁ ବେଲପତ୍ର ରସକୁ ଅଳ୍ପ ଉଷୁମ ପାଣିରେ ମିଶାଇ,ଏଥିରେ କିଛି ବୁନ୍ଦା ମହୁ ମିଶାନ୍ତୁ । ପ୍ରତିଦିନ ଏହାକୁ ବ୍ୟବହାର କରନ୍ତୁ । ଏଭଳି କରିବା ଦ୍ୱାରା ଶରୀରର ରକ୍ତ ସଫା ହୋଇଥାଏ ।

ଅନେକ ଲୋକଙ୍କ ତ୍ୱଚା ଓ ଶରୀରରେ ଧଳା ଦାଗ ଦେଖା ଦେଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ବେଲପତ୍ର ପେଷ୍ଟ ବନାଇ ଲଗାନ୍ତୁ । ଦେଖିବେ, ଧୀରେ ଧୀରେ ଆପଣଙ୍କ ଶରୀର ଓ ତ୍ୱଚାରେ ହୋଇଥିବା ଧଳା ଦାଗ ଦୂର ହୋଇଯିବ ।

ଯେଉଁ ଲୋକଙ୍କ ଶରୀରରେ ଦାଗ, ବ୍ରଣ, କାଛୁକୁଣ୍ଡିଆର ଦାଗ ଥାଏ, ସେମାନେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବେଲପତ୍ର ରସ ସହ ଜିରା ମିଶାଇ ପିଅନ୍ତୁ ।

ଯଦି ଆପଣଙ୍କ ଶରୀରର ଦୁର୍ଗନ୍ଧକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଆପଣ ବେଲପତ୍ର ରସକୁ ଶରୀରରେ ଏକ ଘଂଟା ପର୍ଯ୍ୟନ୍ତ ଲଗାନ୍ତୁ । ତା’ପରେ ଆପଣ ଗାଧାନ୍ତୁ । ଏପରି କରିବା ଦ୍ୱାରା ଶରୀରର ଦୁର୍ଗନ୍ଧ ଦୂର ହୋଇଯିବ ।

ଅନେକ ଲୋକ କେଶ ଝଡିବା ସମସ୍ୟାକୁ ନେଇ ପ୍ରାୟ ସମୟ ଚିନ୍ତାରେ ରହିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେଲପତ୍ରକୁ ଧୋଇ ସେବନ କରନ୍ତୁ । ଏହାକୁ ପ୍ରତିଦିନ ଖାଇଲେ ଏକ ସପ୍ତାହରେ ଆପଣ ଏହାର ଫାଇଦା ଜାଣିପାରିବେ ।

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ belapatra
ପଢନ୍ତୁ ;

ବାହାଘର ସମୟରେ କେମିତି ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ ଜାଣନ୍ତୁ

Related posts

ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ

Krishna Kumar Manoj

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

Krishna Kumar Manoj

ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More