LIFESTYLE

ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା କେତେ ଉପକାରୀ ଜାଣନ୍ତୁ ?

ଅଁଳା ଶରୀର ପାଇଁ ବେଶ ଲାଭଦାୟକ । ବିଶେଷ କରି ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା ଉପକାରୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି । ଅଁଳାକୁ ଶୁଖାଇ ଓ କଞ୍ଚା ଅବସ୍ଥାରେ ବ୍ୟବହାର କରାଯାଇଥାଏ । ଏମିତିକି ଆମ ରୋଷେଇରେ ମଧ୍ୟ କେହି କେହି ଏହାର ବ୍ୟବହାର କରିଥାନ୍ତି ।

ଅଁଳାର ଉପକାରିତା :-

  • ପାଟି ଭିତରେ ହୋଇଥିବା ଖଣ୍ଡିଆ ଭଲ କରିବା ପାଇଁ ଅଧାକପ୍‌ ପାଣିରେ ଅଳ୍ପ ଅଁଳା ରସ ମିଶାଇ କୁଳିକଲେ ଲାଭ ମିଳିଥାଏ ।
  • ସୌନ୍ଦର୍ଯ୍ୟ ରକ୍ଷା କରିବାରେ ଅଁଳାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ନିୟମିତ ଅଁଳା ଖାଇଲେ ଶରୀରରେ ବୟସର ଛାପ ଜଣାପଡି ନ ଥାଏ। ଏହାସହ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ, ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
  • ଭିଟାମିନ୍‌-ସିରେ ଭରପୂର ଅଁଳା । ଗଳା ସଂକ୍ରମଣ ହୋଇଥିଲେ ଅଳ୍ପ ଅଁଳା ଚୂର୍ଣ୍ଣ ସହ ମହୁ ମିଶାଇ ଦିନକୁ ୩ଥର ସେବନ କଲେ ଉପଶମ ମିଳିଥାଏ ।
  • ଅଁଳା ତେଲ ବ୍ୟବହାର କଲେ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଏହାଛଡା କେଶ ମୂଳକୁ ଯାଇ ଏହା କେଶର ଆୟୁ ବୃଦ୍ଧି କରିଥାଏ ।

ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା କେତେ ଉପକାରୀ ଜାଣନ୍ତୁ ? Amlaa

ପଢନ୍ତୁ ;

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

Related posts

କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ?

ENO Beuro

ଉଷୁମ ପାଣିରେ ଗାଧୋଇଲେ ଶରୀରକୁ କି କି ଫାଇଦା ମିଳେ ଆସନ୍ତୁ ଜାଣିବା

ENO Beuro

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ

ENO Beuro

4 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More