LIFESTYLE

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀ ର ବ୍ୟବହାର ବିଷୟରେ ଜାଣନ୍ତୁ

ପାଚିଲା କଦଳୀ ର ବହୁ ଔଷଧୀୟ ଗୁଣ ରହିଛି । ଏହା କେବଳ ସ୍ୱାସ୍ଥ୍ୟପଦ ନୁହେଁ, ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ। ପାଚିଲା କଦଳୀକୁ ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ବ୍ୟବହାର କରିପାରିବା ।

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀର ବ୍ୟବହାର ବିଷୟରେ ଜାଣନ୍ତୁ:

  • ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧ ଘଣ୍ଟା ପରେ ତାକୁ ଧୋଇଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଔଜ୍ଜ୍ୱଲ୍ୟ ବଢ଼ାଇଥାଏ।
  •  ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ ଓ ଏକ ଚାମଚ ଦହି ମିଶାନ୍ତୁ। ମୁହଁରେ ଲଗାଇ ତାକୁ ଅଧ ଘଣ୍ଟାପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମୁହଁରେ ତୈଳାଂଶ କମିବା ସହ ଧୀରେ ଧୀରେ ଦାଗ ଓ ଚିହ୍ନ  ଉଭେଇ ଯିବ । ପାଚିଲା କଦଳୀରେ  ଥିବା ଭିଟାମିନ୍ ‘ସି’ ମୁହଁର କଳାଦାଗ ସହ ବ୍ରଣ ଦୂର କରିଥାଏ ।

banana

  • କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି। ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ। ଅସମୟରେ ତ୍ୱଚା  କୁଞ୍ଚନ ହେବାରୁ ରକ୍ଷା କରିଥାଏ ।
  • ଦୁଇ ଚାମଚ ଅଲିଭ ତେଲ, ଏକ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ମାଲିସ କରନ୍ତୁ। ଅଧ ଘଣ୍ଟାପରେ ତାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ ସୁନ୍ଦର, ଘନ ଓ କୋମଳ କରିଥାଏ।

ପଢନ୍ତୁ, ସିଙ୍ଗାପୁରର “ସୁରବାନା ଜୁରଙ୍ଗ” ସଂସ୍ଥା, ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ର ଡିଜାଇନ ପ୍ରସ୍ତୁତ କରିବ । 

Related posts

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ENO Beuro

ପ୍ରତିଦିନ ସକାଳେ ଅଭ୍ୟାସ କରି ଖାଆନ୍ତୁ କଖାରୁ ମଞ୍ଜି,ମିଳିବ ଅନେକ ଫାଇଦା

ENO Beuro

ଫ୍ରିଜର ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତୁ ?

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More