• Home
  • LIFESTYLE
  • ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀ ର ବ୍ୟବହାର ବିଷୟରେ ଜାଣନ୍ତୁ
LIFESTYLE

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀ ର ବ୍ୟବହାର ବିଷୟରେ ଜାଣନ୍ତୁ

ପାଚିଲା କଦଳୀ ର ବହୁ ଔଷଧୀୟ ଗୁଣ ରହିଛି । ଏହା କେବଳ ସ୍ୱାସ୍ଥ୍ୟପଦ ନୁହେଁ, ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ। ପାଚିଲା କଦଳୀକୁ ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ବ୍ୟବହାର କରିପାରିବା ।

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀର ବ୍ୟବହାର ବିଷୟରେ ଜାଣନ୍ତୁ:

  • ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧ ଘଣ୍ଟା ପରେ ତାକୁ ଧୋଇଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଔଜ୍ଜ୍ୱଲ୍ୟ ବଢ଼ାଇଥାଏ।
  •  ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ ଓ ଏକ ଚାମଚ ଦହି ମିଶାନ୍ତୁ। ମୁହଁରେ ଲଗାଇ ତାକୁ ଅଧ ଘଣ୍ଟାପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମୁହଁରେ ତୈଳାଂଶ କମିବା ସହ ଧୀରେ ଧୀରେ ଦାଗ ଓ ଚିହ୍ନ  ଉଭେଇ ଯିବ । ପାଚିଲା କଦଳୀରେ  ଥିବା ଭିଟାମିନ୍ ‘ସି’ ମୁହଁର କଳାଦାଗ ସହ ବ୍ରଣ ଦୂର କରିଥାଏ ।
  • କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି। ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ। ଅସମୟରେ ତ୍ୱଚା  କୁଞ୍ଚନ ହେବାରୁ ରକ୍ଷା କରିଥାଏ ।
  • ଦୁଇ ଚାମଚ ଅଲିଭ ତେଲ, ଏକ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ମାଲିସ କରନ୍ତୁ। ଅଧ ଘଣ୍ଟାପରେ ତାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ ସୁନ୍ଦର, ଘନ ଓ କୋମଳ କରିଥାଏ।

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀର ବ୍ୟବହାର ବିଷୟରେ ଜାଣନ୍ତୁ   ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀ ର ବ୍ୟବହାର ବିଷୟରେ ଜାଣନ୍ତୁ

ପଢନ୍ତୁ, ସିଙ୍ଗାପୁରର “ସୁରବାନା ଜୁରଙ୍ଗ” ସଂସ୍ଥା, ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ର ଡିଜାଇନ ପ୍ରସ୍ତୁତ କରିବ । 

Related posts

ତେଲିଆ ତ୍ୱଚା ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର !

Krishna Kumar Manoj

ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ

Krishna Kumar Manoj

ଆଖିର ଦୃଷ୍ଟିଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More