LIFESTYLE

ଆସନ୍ତୁ ଜାଣିବା ଘରେ ଗୋଟାଏ ତେଜପତ୍ର ଜାଳିବା ଦ୍ଵାରା କି ଉପକାର ମିଳେ

ତେଜପତ୍ରର ଉପକାରିତା

ଆପଣ ରୋଷେଇ କିମ୍ବା ଚା’ କରିବା ସମୟରେ ତେଜପତ୍ର ବ୍ୟବହାର କରିଥିବେ । ମାତ୍ର କେହି କେବେ ତେଜପତ୍ରକୁ ଘରେ ଜାଳିଥିବାର ଆପଣ ଦେଖିଛନ୍ତି କି? ଯଦି ଦେଖିଛନ୍ତି ତେବେ ଆପଣ ତାହାକୁ ଅନୁକରଣ କରିବା ଆରମ୍ଭ କରିଦିଅନ୍ତୁ। ତେଜପତ୍ରଟିଏ ଘରେ ଜଳାଇଲେ କି କି ଉପକାର ହୋଇଥାଏ ଆସନ୍ତୁ ଜାଣିବା ।

ତେଜପତ୍ରକୁ ଘରେ ଜାଳିବା ଦ୍ୱାରା ଘରୁ ଦୁର୍ଗନ୍ଧ ଦୂର ହୋଇଥାଏ। କେବଳ ଦୁର୍ଗନ୍ଧ ଦୂର କାହିଁକି ଏହା ଦ୍ୱାରା ଆହୁରି ବହୁତ ଗୁଡ଼ାଏ ଲାଭ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍‌ ଭଲ। ଅରୋମା ଥେରାପି ପରାମର୍ଶ ଦିଏ ଯେ ଏହି ତେଜପତ୍ର ଉଭୟ ମନ ଓ ଶରୀରକୁ ପ୍ରଭାବିତ କରିଥାଏ। ଆପଣ ହୁଏତ ଅନୁମାନ କରିଥିବେ ଅଧିକାଂଶ ଯୋଗ ସ୍କୁଲ୍‌, ହୋଟେଲ୍‌ କିମ୍ବା ଧ୍ୟାନ ସ୍କୁଲ୍‌ ଆଦିରେ ତେଜପତ୍ରର ବାସ୍ନା ଆସୁଥାଏ। ଏହି ବାସ୍ନା ଉଭୟ ଶରୀର ଓ ମସ୍ତିଷ୍କ ପାଇଁ ଜରୁରୀ ହୋଇଥାଏ।

ତେଜପତ୍ର ଜାଳିବା ଦ୍ୱାରା ଘରେ ଥିବା ଜିବାଣୁ ଓ କୀଟାଣୁ ନଷ୍ଟ ହୋଇଯାଇଥାନ୍ତି। ଏହି ପତ୍ରର ବାସ୍ନା ସ୍ନାୟୁକୁ ପ୍ରଭାବିତ କରୁଥିବାରୁ ଏହା ମାନସିକ ଭାବେ ବ୍ୟକ୍ତିକୁ ସବଳ କରାଏ। ମନ ଫୂର୍ତ୍ତ କରାଏ। କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇ ଥାଏ । ମୋଟାମୋଟୀ କହିବାକୁ ଗଲେ ଘରେ ଗୋଟାଏ ଜେତପତ୍ର ଜଳାଇଲେ ଆଦୌ ମାନ୍ଦା ଲାଗିବ ନାହିଁ।ଘର ହସ ଖୁସରେ ପରିପୂର୍ଣ ହୋଇଥାଏ ।

ଏଥିରୁ ଗୋଟାକରେ ନିଆଁ ଲଗାଇ ଘରେ ବୁଲାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ। ଘର ପରିବେଶ ଖୁସି ରହି ଥାଏ। ତାହା କେବଳ କକ୍ଷରୁ ସୁଦ୍ଧ କରେ ନାହିଁ ବରଂ ତେଜପତ୍ରର ଧୂଆଁ ଯେତେ ବାଟ ପର୍ଯ୍ୟନ୍ତ ଯାଏ ସେତେବାଟ ପର୍ଯ୍ୟନ୍ତ ପରିବେଶ ନିର୍ମଳ ହୋଇଥାଏ ।

ପଢନ୍ତୁ ;

ସିଗାରେଟ ପିଇବା ଯୋଗୁଁ ଓଠ କଳା ପଡିଯାଏ,ଆସନ୍ତୁ ଜାଣିବା କିଛି ଟିପ୍ସ

Related posts

ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ENO Beuro

ଆସନ୍ତୁ ଜାଣିବା ପାନ ପତ୍ରକୁ କେଉଁ ଉପାୟରେ ବ୍ୟବହାର କଲେ ଅନେକ ଉପକାର ମିଳିପାରିବ!

ENO Beuro

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳିଥାଏ ଜାଣନ୍ତୁ ?

ENO Beuro

Leave a Comment