LIFESTYLE

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Untitled 1

ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ ଅଧିକାଂଶ ଲୋକେ ଟାଇମ୍ ପାସ୍ ପାଇଁ ସିଝା ବାଦାମ୍ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହେଁ ଏଥିରେ ଅନେକ ପ୍ରକାରର ଓୌଷଧିୟ ଗୁଣ ମଧ୍ୟ ଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୂପରେ ଭରପୁର ଥିବା ଏହି ବାଦାମକୁ ଭାଜି ଖାଇବା ଅପେକ୍ଷା ସିଝାଇ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ । ଗବେଷକଙ୍କ ମତରେ ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀର ଫୁର୍ତ୍ତି ହୋଇଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ଖାଆନ୍ତୁ ।

୧) ବାଦାମରେ ଅଧିକ ପରିମାଣର ଫାଇବର ଥାଏ । ଯାହା ଖାଇବା ଦ୍ୱାରା ଖାଦ୍ୟ ଜଲଦି ହଜମ ହୋଇଥାଏ ଏବଂ ଏଥିରେ ଅନ୍ତନଳୀ ବି ସଫା ହୋଇଥାଏ । ଏହାସହ ଶରୀରର ମେଟାବୋଲିଜିମ୍ ମଧ୍ୟ ଭଲ ହୋଇଯାଏ ।

୨) ସିଝା ବାଦାମ ଶରୀରରେ ଥିବା ଏକ୍ସଟ୍ରା ଫ୍ୟାଟ୍ ମଧ୍ୟ ଦୂର କରିଥାଏ । ହୃଦରୋଗ, ଡାଇବେଟିସ୍, କୋଷ୍ଠକାଠିନ୍ୟ, ମୋତିଆବିନ୍ଦୁ, ଛୋଟ ପିଲାଙ୍କ ମସ୍ତିଷ୍କର ବିକାଶ ବାଦାମ ଖାଇବା ଦ୍ବାରା ହୋଇଥାଏ ।

Images

୩) ଏଥିରେ ଏମିନୋ ଏସିଡ୍ ଏବଂ ଅତ୍ୟଧିକ ପରିମାଣର ପ୍ରୋଟିନ୍ ମଧ୍ୟ ଥାଏ । ମାଂପପେଶୀକୁ ଟାଣ କରିବା ସହ ବିଭିନ୍ନ ଅଙ୍ଗର ବିକାଶ ମଧ୍ୟ କରିଥାଏ ।

୪) ଏହା ଶରୀରରେ ଲାଲ୍ ରକ୍ତକଣିକା, ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ ।  ଏଥିରେ କ୍ୟାନସର ଉପସମର ତତ୍ତ୍ୱ ମଧ୍ୟ ମିଳିଥାଏ ।

ପଢନ୍ତୁ: ରାତିରେ ଲାଇଟ୍ ଲଗାଇ ଶୋଇବାକୁ ଯାଉଛନ୍ତିକି! ଜାଣନ୍ତୁ ଏହାର କୁପରିମାଣ ସମ୍ପର୍କରେ

Related posts

ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

ENO Beuro

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

Ratnamani Moharana

ଆଖି ତଳ କଳା ଦାଗ ଦୂରକରିଥାଏ ଏହି “ତେଲ” ! ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ?

ENO Beuro

1 comment

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି August 17, 2019 at 11:45 am

[…] ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣ… […]

Leave a Comment