LIFESTYLE

ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

ବନ୍ଧାକୋବିକୁ ତରକାରୀ,ସାଲାଡରେ ବ୍ୟବହାର କରାଯାଏ । ହେଲେ,ଏହାର ବହୁବିଧ ରୋଗ ନାଶକକାରୀ କ୍ଷମତା ବି ରହିଛି । ବନ୍ଧାକୋବିର ଜୁସ୍ ଓଜନ ହ୍ରାସ କରାଇବାରେ ବି ମୁଖ୍ୟ ଭୂମିକା ଗ୍ରହଣ କରେ । ଏଥିରେ ସେଲୁଲୋଜ୍ ନାମକ ପଦାର୍ଥ ଥିବାରୁ ନିୟମିତ ଏହାକୁ ଖାଇବା କୋଲେଷ୍ଟେରଲ କମାଇଥାଏ ।

ବନ୍ଧାକୋବିର ଉପକାରିତା

ଶରୀରର ମେଟାବଲିଜମ ସୁସ୍ଥ ରଖିବା ଲାଗି ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଉଚିତ । ଏଥିରେ  ଚର୍ବି ହଟାଇବା ଗୁଣ ସହ ମିନେରାଲ୍ସ ଏବଂ ଆଇରନ୍ ତଥା ସଲଫର ପ୍ରଚୁର ପରିମାମରେ ରହିଥାଏ।

ବନ୍ଧକୋବିରେ କ୍ଷୀର ଭଳି କ୍ୟାଲସିୟମ ରହିଥାଏ । ଯାହା ହାଡକୁ ମଜଭୂତ କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ । ତେବେ ଏହାର ରସ ସହ ଗାଜରର ରସ ସମ ପରିମାଣରେ ମିଶାଇ ଏହାକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

ଆକର୍ଷଣୀୟ ଲୁକ୍ ଚାହୁଁଥିଲେ ଡାଏଟିଂରେ ଏହାର ଜୁସକୁ ସାମିଲ କରନ୍ତୁ । ବନ୍ଧାକୋବିରେ ଥିବା ଭିଟାମିନ ଇ ଏବଂ ସିଲିକନ୍ ନୂଆ କେଶ ଉଠିବାରେ ସହାୟକ ହୋଇଥାଏ ।

କ୍ୟାନସର ଆକ୍ରାନ୍ତ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ । କୋବିର ସତେଜ ପତ୍ର ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ କିଛି ମାତ୍ରାରେ ଉପଶମ ଦେଇଥାଏ ।

କୋଷ୍ଠ୍ୟକାଠିନ୍ୟରେ ଆକ୍ରାନ୍ତ ଥିଲେ ବନ୍ଧାକୋବି ଖାଆନ୍ତୁ । ଏହା ହଜମ କରିବାରେ ସାହାଯ୍ୟ କରି ଥାଏ । ଏହା କାଶ, ପିତ୍ତ,ରକ୍ତ ବିକାର ତଥା କୁଷ୍ଠରୋଗ ନିରାକରଣ ସହ ଭୋକ ମଧ୍ୟ ବଢାଇଥାଏ ।ଦାନ୍ତ ମାଢିରୁ ରକ୍ତ ବାହାରୁଥିଲେ ବନ୍ଧାକୋବିର ପତ୍ର ଖାଇବା ଏଥିପାଇଁ ଉପକାରୀ ହୋଇଥାଏ ।


ପଢନ୍ତୁ ;

ପ୍ରତିଦିନ କଳାଲୁଣର ସେବନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ହୋମିଓପାଥି ଔଷଧ ଖାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ENO Beuro

ଭଜା ରସୁଣ ଖାଉଛନ୍ତି କି !! ତେବେ ଜାଣିନିଅନ୍ତୁ ଏହାର ଉପକାରିତା ସମ୍ପର୍କରେ

Ratnamani Moharana

କେବଳ ପିଆଜ ନୁହେଁ ପିଆଜ ଚୋପାରେ ମଧ୍ୟ ରହିଛି ଅନେକ ଉପକାରିତା ଗୁଣ! ଜାଣନ୍ତୁ

ENO Beuro

1 comment

Leave a Comment