• Home
  • LIFESTYLE
  • ପୂଜାପାଠ ବ୍ୟତୀତ କର୍ପୁର ଆଉ କେଉଁ କେଉଁ କାମରେ ଲଗାଯାଏ ଜାଣନ୍ତୁ
LIFESTYLE

ପୂଜାପାଠ ବ୍ୟତୀତ କର୍ପୁର ଆଉ କେଉଁ କେଉଁ କାମରେ ଲଗାଯାଏ ଜାଣନ୍ତୁ

କର୍ପୁରରେ  ଉପଚାର

କର୍ପୁର ପୂଜାପାଠ ଓ ଭୋଗରାଗ ଆଦିରେ ବ୍ୟବହାର କରାଯାଏ । ଏହା ବ୍ୟତିତ କର୍ପୁର ଓ ତା ‘ର ତେଲ ସ୍ୱାସ୍ଥ୍ୟ ପକ୍ଷେ ବେସ ଲାଭ କାରୀ ହୋଇଥାଏ । ତ୍ଵଚାରେ ବ୍ରଣ କିମ୍ବା ଅନ୍ୟ ସମସ୍ୟା ହୋଇଥିଲେ ଅଳ୍ପ କର୍ପୁର ସହ ନଡିଆ ତେଲ ମିଶାଇ ମାଲିସ କରନ୍ତୁ । ଏହା ଦ୍ଵାରା ତ୍ଵଚା ସମସ୍ୟା ଦୂର ହୋଇଯିବ ।

ଶରୀରର କୌଣସି ସ୍ଥାନରେ ଘା ହୋଇଥିଲେ କର୍ପୁରକୁ ପାଣିରେ ମିଶାଇ ଘା ଉପରେ ଲଗାନ୍ତୁ । ଥଣ୍ଡା ଲାଗିବା ସହ ଘା ଦୂର ହୋଇ ଯିବ । ତ୍ଵଚା ପୋଡି ଯାଇଥିଲେ ଉକ୍ତ ସ୍ଥାନରେ କର୍ପୁର ଲଗାନ୍ତୁ । ପୋଡା କମିଯିବା ସହିତ ଚିହ୍ନ ରହିବ ନାହିଁ ।

ଅବସାଦ କି ଚିନ୍ତାରେ ଥିଲେ ମୁଣ୍ଡରେ କର୍ପୁର ତେଲ ମାଲିସ କରନ୍ତୁ । ଏହା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ଚିନ୍ତା ଧୀରେ ଧୀରେ କମିବାକୁ ଲାଗି ଥାଏ । ଏହି ତେଲ ଲଗେଇବା ମୁଣ୍ଡ ବିନ୍ଧା ଭଲ ହୋଇଯିବ ।

କର୍ପୁର ତେଲରେ ନଡିଆ ତେଲ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହା ଦ୍ଵାରା କେସ ଝଡିବା ହ୍ରାସ ହେବ । ମୁଣ୍ଡରେ ରୂପୀ ହୋଇଥିଲେ କର୍ପୁର ତେଲ ଲଗାଇଲେ ରୁପି ଦୂର ହୋଇଯିବ ।

ଗୋଇଠି ଫାଟିଥିଲେ ଗରମ ପାଣିରେ କର୍ପୁର ମିଶାଇ ସେଥିରେ ପାଦ ବୁଡାନ୍ତୁ । ଏହା ଦ୍ଵାରା ଫଟା ଗୋଇଠିକୁ ଆରମ ଲାଗିବା । କିଛି ଦିନ ଭିତରେ ଗୋଇଠି ଫଟା ଦୂର ହୋଇଯିବ ।

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କର୍ପୁର ତେଲ ମାଲିସ କରନ୍ତୁ । ଏହା ଦ୍ଵାରା ଯନ୍ତ୍ରଣା ଦୂର ହୋଇଯିବ । ମାଂସପେଶୀ ଦରଜକୁ ମଧ୍ୟ ଏହା ଦୂର କରିବାରେ ସହାୟକ ହୋଇଥାଏ ।
ପୂଜାପାଠ ବ୍ୟତୀତ କର୍ପୁର ଆଉ କେଉଁ କେଉଁ କାମରେ ଲଗାଯାଏ ଜାଣନ୍ତୁ camphors
ପଢନ୍ତୁ ;

ଆପଣ ଦିନସାରା ବ୍ୟସ୍ତତାରେ ରହୁଛନ୍ତି କି ? ତେବେ ପଡିପାରେ ମସ୍ତିଷ୍କରେ କୁ ପ୍ରଭାବ

Related posts

ମହମବତୀ ଧୂଆଁରୁ ଆମକୁ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତ ?

Krishna Kumar Manoj

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More