LIFESTYLE

ଲବଙ୍ଗ ବହୁତ ଉପକାରୀ !ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇଲେ କି କି ଲାଭ ମିଳିଥାଏ

ଲବଙ୍ଗକୁ ଅଧିକାଂଶ ଭାବେ ମସଲା ରୂପେ ବ୍ୟବହାର କରାଯାଇଥାଏ । ପ୍ରତିଦିନ ସକାଳେ ସଂନ୍ଧ୍ୟାରେ ଗୋଟିଏ ଲେଖାଏଁ ଲବଙ୍ଗ ଖାଇବାଦ୍ୱାରା ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟା ଦୂର ହୋଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ବହୁମାତ୍ରାରେ ଭରିରହିଥାଏ ।

ଲବଙ୍ଗର ଉପକାରିତା

ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ । ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ । ଏହାଦ୍ୱାରା ଦାନ୍ତ ମାଢିରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ ।

ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବାପୂର୍ବରୁ ଗୋଟିଏ ଲବଙ୍ଗ ଖାଆନ୍ତୁ । ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ ।ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଭାଗ ରହିିଥାଏ । ଏହାଦ୍ୱାରା ପେଟଜନିତ ରୋଗ ସଂକ୍ରମଣ ଦୂର ହୋଇଥାଏ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ । ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ ।

ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟୀ ଅଟେ । ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ମହଜୁଦ ଥିବା ଟକ୍ସିନ ନିର୍ଗତ ହୁଏ । ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହାସହିତ ତ୍ୱଚା ମଧ୍ୟ ସୁସ୍ଥ ରହେ ।

ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଥାଏ । ଏହାକୁ ସବୁବେଳେ ଖାଇବାଦ୍ୱାରା ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଶକ୍ତି ମିଳିଥାଏ ।

ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମରୂପେ ହୋଇଥାଏ । ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।

ପଢନ୍ତୁ ;

ଆସନ୍ତୁ ଜାଣିବା ଲୁଣର ଉପକାରିତା ବିଷୟରେ

Related posts

ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ENO Beuro

ପାଟିରେ ଘା’କୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ,ଦୂରହେବ ଆପଣଙ୍କ ସମସ୍ୟା

ENO Beuro

ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ENO Beuro

Leave a Comment