• Home
  • LIFESTYLE
  • ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି
LIFESTYLE

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

ମୁହଁର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ଦହି

ଦହି କେବଳ ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଦହି ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଆଜି ଜାଣନ୍ତୁ ଦହିର କିଛି ଉପକାରୀ ଗୁଣ ସଂପର୍କରେ ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ଆପଣ ଏହାର ଲାଭ ପାଇପାରିବେ ।

ଆଖି ତଳ କଳା ଦାଗ ଦୂର ପାଇଁ ଦହିରେ ବେସନ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ପାଖାପାଖି ଅଧ ଘଂଟା ଏହାକୁ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲଭାବରେ ସଫା କରି ଦିଅନ୍ତୁ । ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବାଦ୍ୱାରା ଆଖି ତଳେ ଦେଖା ଯାଉଥିବା କଳା ଦାଗ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ଏଥିସହ ବୟସ ରେଖା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ମୁହଁରେ ହେଉଥିବା ବ୍ରଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ଥିଲେ ଦହି । ଏଥିପାଇଁ ସପ୍ତାହରେ ୨-୩ ଥର ଦହିକୁ ମୁହଁରେ ଧୀରେ ଧୀରେ ମାଲିସ କରିବାଦ୍ୱାରା ଏହି ସମସ୍ୟା ଚାଲିଯାଇ ଥାଏ । ମୁହଁ, ହାତ ଓ ଗଳାରେ ଲେମ୍ବୁ ରସ ସହ ଦହି ମିଶ୍ରଣ କରି ଲଗାଇବା ଦ୍ୱାରା ମୃତ କୋଷିକା ବାହାରିଯିବା ସହ ତ୍ୱଚାର ଚମକ ବଢିଥାଏ ।

ଦହିରେ ଗାଜର, କାକୁଡି, ଅମୃତଭଣ୍ଡା ରସ ମିଶ୍ରଣ କରି ନିୟମିତ ତ୍ୱଚାରେ ଲଗାନ୍ତୁ । ଶୀତଦିନେ ଏହି ମିଶ୍ରଣ ତ୍ୱଚା ପାଇଁ ଭଲ । ଏହା ତ୍ୱଚାକୁ ଉଜ୍ଜଳ କରିଥାଏ । ନଖ ଓ କେଶ ପାଇଁ ମଧ୍ୟ ଦହି ଉପକାରୀ । ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା କେଶ ଜନିତ ବିଭିନ୍ନ ସମସ୍ୟା ଦୂର କରିବା ସହ ନିଖକୁ ମଧ୍ୟ କୋମଳ କରିଥାଏ ।

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି curd fesial

ପଢନ୍ତୁ ;

ଆପଣ ଗ୍ରୀନ କଫି ପିଉଛନ୍ତି କି ? ତେବେ ଜାଣନ୍ତୁ ଏହା ଦ୍ଵାରା କି ଫାଇଦା ମିଳେ

Related posts

ତକିଆରେ ମୁଣ୍ଡ ନ ରଖି ଶୋଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହି ଫାଇଦା ସମ୍ପର୍କରେ

Krishna Kumar Manoj

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ବୟସରେ ବିଭାହ କରନ୍ତୁ

Krishna Kumar Manoj

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More