• Home
  • LIFESTYLE
  • ଜାଣନ୍ତୁ ଧନୁରାସନ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ
LIFESTYLE

ଜାଣନ୍ତୁ ଧନୁରାସନ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ

ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ, ଶ୍ୱାସ ରୋଗ ସମସ୍ୟା ଥିଲେ କିମ୍ବା ଆହୁରି ଛୋଟବଡ଼ ସମସ୍ୟା ପାଇଁ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ। ଧନୁରାସନ କରିବା ସମୟରେ ଏହାର ପ୍ରଭାବ ଆପଣ ବେକ, ତଳିପେଟ ଓ ଅଣ୍ଟା ଉପରେ ପଡ଼ିବା ସହ ଆରାମ ମଧ୍ୟ ଅନୁଭବ କରିବେ। ତେବେ ଜାଣନ୍ତୁ ଏହାକୁ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ ।

କିପରି କରିବେ:

  • ପ୍ରଥମେ ପେଟେଇ ସିଧା ଶୋଇ ରୁହନ୍ତୁ
  • ଏକ ଲମ୍ବା ନିଶ୍ୱାସ ଛାଡ଼ିବା ପରେ ଧୀରେ ଧୀରେ ହାତକୁ ପଛକୁ ବୁଲାଇ ଗୋଇଠିକୁ ଦୁଇ ହାତର ପାପୁଲି ସାହାଯ୍ୟରେ ଧରି ରଖନ୍ତୁ
  • ସ୍ୱାଭାବିକ ଶ୍ୱାସକ୍ରିୟା ସହ ଦୁଇ ଜଘଂ ପେଟ ଓ ମୁଣ୍ଡକୁ ମଧ୍ୟ ଯେତେଦୂର ସମ୍ଭବ ଉପରକୁ ଉଠାନ୍ତୁ
  • ପୂରା ଶରୀରର ଓଜନକୁ ତଳି ପେଟ ଉପରେ ରଖିବା ପାଇଁ ଚେଷ୍ଟା କରନ୍ତୁ ଓ ଉପରକୁ ଦୃଷ୍ଟି ରଖନ୍ତୁ। । ଏହି ଆସନରେ କିଛି ସମୟ ରହିବା ପରେ ନିଶ୍ୱାସ ଛାଡ଼ିବା ସହ ଧୀରେ ଧୀରେ ଗୋଡ଼ ଓ ମୁଣ୍ଡକୁ ତଳକୁ ଖସାନ୍ତୁ।

ଲାଭ:

  • ଶରୀର ଓଜନ ସହ ପେଟରେ ଜମି ରହିଥିବା ଚର୍ବି କମ୍‌ ହ୍ରାସ କରେ, ଅଳସୁଆପଣ ଦୂର ହୁଏ। ପେଟ ଭିତରେ ଥିବା ସବୁ ଅଙ୍ଗ ସକ୍ରିୟ ହୁଏ ଏବଂ ଲିଭରର ମସାଜ ହୁଏ ଓ ହଜମ ଶକ୍ତି ବଢ଼େ।
  • ମଧୁମେହ ରୋଗୀଙ୍କ ଶରୀରରେ ଉପଯୁକ୍ତ ପରିମାଣର ଇନସୁଲିନ ଏବଂ ଗ୍ଲୁକୋଜ କ୍ଷରଣ ହୁଏ । ଫଳରେ ରକ୍ତରେ ଶର୍କରା ମାତ୍ରା ଠିକ୍‌ ରୁହେ । ଉଭୟ ୧ ଓ୨ଟାଇପ୍‌ ମଧୁମେହ ରୋଗୀ ଏହି ଆସନ କରିପାରିବେ।
  • ମେରୁଦଣ୍ଡ ସିଧା ରଖିବା ସହ ଅଣ୍ଟା ଯନ୍ତ୍ରଣା ଦୂର କରେ। କାନ୍ଧ ମଧ୍ୟ ମଜବୁତ୍‌ ରଖେ। ଶ୍ୱାସ ଓ ଥାଇରଏଡ ସମସ୍ୟା ମଧ୍ୟ ଏହି ଆସନ ଦ୍ୱାରା ସହଜେ ଦୂର ହୁଏ।

କେଉଁମାନେ ଓ କେଉଁ ସମୟରେ କରିବେ ନାହିଁ:

  • ହୃଦ୍‌ ସମସ୍ୟା, ଉଚ୍ଚ ରକ୍ତଚାପ, ହାର୍ନିଆ, ଆପେଣ୍ଡିସସାଇଟିସ ସମସ୍ୟା ଥିଲେ ଏହି ଆସନ କରିବେ ନାହିଁ।
  • ରାତିରେ ଶୋଇବାର କିଛି ସମୟ ପୂର୍ବରୁ ଏହି ଆସନ କରିବେ ନାହିଁ।
  • ସିଆଟିକା କିମ୍ବା ଅଧିକ ଅଣ୍ଟା ଯନ୍ତ୍ରଣା ଥିଲେ ଯୋଗ ଗୁରୁଙ୍କ ବିନା ପରାମର୍ଶରେ ଏହି ଆସନ କରିବେ ନାହିଁ।

ଜାଣନ୍ତୁ ଧନୁରାସନ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ   ଜାଣନ୍ତୁ ଧନୁରାସନ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ

ପଢନ୍ତୁ, ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

Related posts

ଆପଣଙ୍କ ପେଟରେ ଦାଗ ପଡିଛି କି ?ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ

Krishna Kumar Manoj

ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ଜାଣନ୍ତୁ ?

Krishna Kumar Manoj

ଫୁଡ୍‌ ପଏଜନିଂର କାରଣ ଓ ଏହାର ଉପଚାର କ’ଣ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More